ବ୍ଯାଙ୍କ ଅଫିସରଙ୍କର ଅବସରକାଳୀନ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୦୭/୦୭(ବିଏମସି ଟିଭି ଓଡ଼ିଆ )

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଟାଉନ ଜଗନ୍ନାଥ ମ୍ଯାର୍କେଟ ରେ ଥିବା କାନାରା ବ୍ଯାଙ୍କର ବରିଷ୍ଠ କର୍ମଚାରୀ, ଉଚ୍ଚାଭିଳାଷୀ, ସୁମଣିଷ ରଜତ କୁମାର ନନ୍ଦଙ୍କର ସ୍ଥାନୀୟ ପିସିଏମ କଲ୍ଯାଣ ମଣ୍ଡପ ଠାରେ ଅବସରକାଳୀନ ସମ୍ଭର୍ନ୍ଧନା ସଭା ଅନପଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ପୂର୍ବତନ ସହ ସାଧାରଣ ପରିଚାଳକ ମନୋଜ ମୁର୍ମୁ, ପୂର୍ବତନ ସିନିୟର ପରିଚାଳକ ବିନୟ କୁମାର ସିଂ, ଅଳାଁଯୋଡି ଶାଖା ସିନିୟର ପରିଚାଳକ ସାଧାଇ ଟୁଡୁ, ବ୍ଯାଙ୍କର ରଜତ କୁମାର ନନ୍ଦଙ୍କ

ଧର୍ମପତ୍ନୀ ଶ୍ରୀମତୀ ବିନତୀ ନନ୍ଦ, ରାଇରଙ୍ଗପୁର ଶାଖା ପରିଚାଳକ ମଲ୍ଲ ବାବୁ, ପୂର୍ବତନ ପରିଚାଳକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ବ୍ଯାଙ୍କର ରଜତ କୁମାର ନନ୍ଦଙ୍କର ସୁଗୁଣ, ପରୋପକାରିତା, ସାମାଜିକ ସେବା ଓ ଜନହିତକର କାର୍ଯ୍ଯ ଉପରେ ସମ୍ଯକ ବକ୍ତବ୍ଯ ପ୍ରଦାନ କରିଥିଲେ । ଏହାପରେ ଅତିଥିଗଣ ନନ୍ଦ ବାବୁଙ୍କୁ ଆଦରରେ ପୁଷ୍ପଗୁଛ, ଉପଢୋକନ ଓ ଉପହାର ଦେଇ ସମ୍ଭର୍ଦ୍ଧନା ଜଣାଇଥିଲେ ।

ପରିଶେଷରେ ବ୍ଯାଙ୍କର ରଜତ କୁମାର ନନ୍ଦ ନିଜ ବକ୍ତବ୍ଯରେ ସାମାଜିକ ସେବା ସ୍ବରୂପ ଭବିଷ୍ଯତରେ ଅନାଥାଶ୍ରମ କରିବା ପାଇଁ ଆଶା ପୋଷଣ କରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଉକ୍ତ ବିଦାୟକାଳୀନ ସମ୍ଭର୍ନ୍ଧନା ସଭାରେ କାନାରା ବ୍ଯାଙ୍କ କର୍ମଚାରୀ, ବନ୍ଧୁ ପରିଜନ ଓ ପରିବାର ଲୋକେ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ପରିଚାଳକ ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *