ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

ଦଶପଲ୍ଲା ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ସୁରେଶନ ସାହୁ ଓ ଗଣେଶ୍ୱର ମହାରଣା ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶନିବାର ଦିନ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମଧ୍ଯଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସନ୍ଦୀପ କୁମାର ସ୍ୱାଇଁ,ଡ଼ଃ ଅନ୍ତର୍ୟାମି ସାହୁ ଙ୍କ ସମେତ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ,ପୁରୁଷ ସ୍ବାସ୍ଥ୍ୟକର୍ମୀ, ସୁପରଭାଇଜର ଆଶାସାଥୀ,
ଆଶାକର୍ମୀ ଓ ଡାକ୍ତରଖାନା କର୍ମଚାରୀ ପ୍ରଭୃତି ଯୋଗଦେଇ ଶ୍ରୀ ସାହୁ ଓ ଶ୍ରୀ ମହାରଣା ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ଅଶୃଳ ନୟନରେ ବିଦାୟ ଦେଇଥିଲେ । ସେ ଦୁଇ ଜଣ ଙ୍କ ଆଦର୍ଶ ,କର୍ତ୍ତବ୍ୟନିଷ୍ଠ ,ନିତିବାନ,ସରଳତା ,
ସହୃଦୟ ବ୍ୟକ୍ତି ହିସାବରେ ଜଣାଶୁଣା ଥିଲେ । ସେ ଚାକିରିକାଳ ମଧ୍ୟରେ ନିଜର କର୍ତ୍ତବ୍ୟ ରେ କେବେ ଅବହେଳା କରୁ ନଥିବାବେଳେ, ଅବହେଳା
କରୁଥିବା ବ୍ୟକ୍ତିଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ଉତ୍ସାହିତ କରୁଥିଲେ । ଏ ଭଳି ଦୁଇ ଜଣବ୍ୟକ୍ତି ସ୍ବାସ୍ଥ୍ୟ ବିଭାଗରୁ ଅବସର ନେବା ସମୟରେ ଉପସ୍ଥିତ ବିଭାଗୀୟ ସହକର୍ମୀ ଓ ସାଧାରଣ ଜନତା ଦୁଃଖ ରେ ମ୍ରିୟମାଣ ହୋଇ ଯାଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *