ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା



ଗଣିଆ:-୨୦/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଅଧ୍ୟାପକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଲୁହରେ ଭିଜିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରିବେଶ। ଅଧ୍ୟାପକ ହେବ ତ ଏମିତି। ଗୋଟିଏ ଶିକ୍ଷକ ର ଶିକ୍ଷକତା କେବଳ ମୁଖ୍ୟ ତା ନୁହେଁ ବରଂ ଜଣେ ଶିକ୍ଷକ ର ଆଚାର ବ୍ୟବହାର, ଚାଲି ଚଳନ ଆଦି ଉନ୍ନତ ମାନର ହେବା ଆବଶ୍ୟକ। ଯାହାକି ଦେଖାଯାଇଛି ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଂଚାୟତ ଅନ୍ତର୍ଗତ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ନବ କିଶୋର ପ୍ରଧାନ ସାର ଙ୍କ କ୍ଷେତ୍ରରେ।  ସେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ ୩୦ ବର୍ଷ ରୁ ଅଧିକ ଇତିହାସ ଅଧ୍ୟାପକ ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କର ପିଲାଙ୍କ ପ୍ରତି ତଥା ଅଭିଭାବକ ଓ ନିଜର ଅନୁଜ ଅଧ୍ୟାପକ ଙ୍କ ପ୍ରତି ସ୍ନେହ ଭଲପାଇବା ଲାଗି ପରିବେଶ ବେଶ ଦୁଃଖମୟ ହୋଇଥିଲା। ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ପ୍ରଧାନ ଙ୍କୁ ମହା ଆଡମ୍ବରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାଟି  ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କମିଟି ର ସଦସ୍ୟ ବୃନ୍ଦ ଙ୍କ ଦ୍ୱାରା କରାଯାଇଥିଲା। ଏ ଅବସରରେ ଗଣିଆ ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତତ ସହିତ ବିଶିଷ୍ଟ ଶିକ୍ଷାବିତ କୁଳମଣି ବାରିକି, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ସେନ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ପ୍ରତିଷ୍ଠିତ ସଦସ୍ୟ କାଶୀନାଥ ବାରିକି, ପ୍ରମୁଖ ଉପସ୍ଥିତ ଥିଲେ। ସଭା ଆରମ୍ଭ ରୁ ପ୍ରଥମେ ବିଘ୍ନନାଶନ ଙ୍କ ନିକଟରେ ଧୂପପୁଷ୍ପ ଅର୍ପଣ କରାଯାଇଥିଲା। ତତ ସହିତ ଅହମାଦାବାଦ ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମା ଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ସଭା ମାଧ୍ୟମରେ ଅଧ୍ୟାପକ ଶ୍ରୀ ପ୍ରଧାନଙ୍କ ଶିକ୍ଷା ପ୍ରତି ତାଙ୍କର ବ୍ୟକ୍ତିତ୍ୱ ଓ ଅନୁଷ୍ଠାନ ଉପରେ ତାଙ୍କର ପ୍ରଭାବକୁ ସ୍ମୃତିମଧୁର ଭାବେ ସମ୍ମାନ ଦିଆଯାଇଛି। ତେବେ ଏ ଅନୁଷ୍ଠାନ ର କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା। ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା ସଭା ପରିଚାଳନା କରିଥିବାବେଳେ ଅଧକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ସଂଯୋଜନା ରେ ସମସ୍ତ କାର୍ଯ୍ୟ ସମାପନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *