ହାଟରୁ ଫେରି ସ୍ବାମୀ ଦେଖିଲା ଘରୁ ସ୍ତ୍ରୀ ନିଖୋଜ ।

ମୟୂରଭଞ୍ଜ ;ତା-୨୪/୦୬(ବିଏମସି ଟିଭି ଓଡ଼ିଆ )

ଟପ୍ରେମ ମାନେନି ବୟସ କି ଜାତି ବନ୍ଧନ । ପ୍ରେମ ହେଉଛି ତ୍ୟାଗର ପ୍ରତୀକ । ହେଲେ ଏହି ତ୍ୟାଗକୁ ଆଜିର ପ୍ରେମିକ,ପ୍ରେମିକା ଭିନ୍ନ ଅର୍ଥରେ ନେଉଥିବାରୁ ବଦନାମ ହେଉଛି ପବିତ୍ର ପ୍ରେମ । ଆଉ ପ୍ରେମ କରି ପ୍ରତାରଣାର ଶିକାର ହେଉଛନ୍ତି ଯୁବକ ଯୁବତୀ । ପ୍ରେମ ପାଇଁ ଭୁଲି ଯାଉଛନ୍ତି ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ । ପ୍ରେମ ପ୍ରତାରଣାର ଶିକାର ହୋଇ ନିଜକୁ କାବୁକୁନେଇ ନିୟନ୍ତ୍ରଣ କରିବା ବଦଳରେ ଅସମୟରେ ହାରି ଦେଉଛନ୍ତି ଜୀବନ । ହେଲେ ଏଭଳି ଏକ ପ୍ରେମ ସମ୍ପର୍କ ଘଟଣା ସାମ୍ନାକୁ ଆସିଛି ଯୋଉଠି ଯୁବକ ଯୁବତୀ ଗୋଟିଏ ସମ୍ପ୍ରଦାୟର କିନ୍ତୁ ପରିବାରର ଅନିଚ୍ଛା ସତ୍ତ୍ବେ ଉଭୟ ଉଭୟଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ। ପରେ ପୁଅ ଘରେ ସ୍ଵାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ। ହେଲେ ଦିନେ ସ୍ଵାମୀ ସ୍ଥାନୀୟ ସାପ୍ତାହିକ ହାଟକୁ ସୋଉଦା ଆଣିବା ପାଇଁ ଯାଇଥିଲେ। ଘରକୁ ଫେରି ଦେଖିଲେ ସ୍ତ୍ରୀ ସାଜିଥିବା ପ୍ରେମିକା ନାହିଁ। ଖୋଜାଖୋଜି କରି ନ ପାଇ ବିଳିି ବିଳିି ହୋଇ କହୁଥାନ୍ତି ମୋ ଫୁଲ କଢି ଭଳି ସ୍ତ୍ରୀକୁ କିଏ ନେଇ ଗଲରେ ମୋତେ ଆଣି ଦିଅରେ, ସେ ମୋ ଜୀବନ ତା ବିନା ମୁଁ ବଞ୍ଚି ପାରିବିନି ସେ ମୋ ଛାତିର କଳିଜା, ଏମିତି କହି ଜଣେ ନିରୀହ ସ୍ୱାମୀ ଟା ଆଖିରୁ ଲୁହ ଗୋଡାଉଛି । ତେବେ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବାଉଁଶଦା ଗ୍ରାମରେ । ତେବେ ଏହି ଅଭାବନୀୟ ଘଟଣାକୁନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ହତାଶ ପ୍ରେମିକ ସ୍ଵାମୀ ଜଣକ । ସ୍ୱାମୀ ହାଟକୁ ଯାଇଥିବା ବେଳେ ସ୍ତ୍ରୀ ଅଚାନକ ନିଖୋଜ ହୋଇଯିବା ନେଇ ଚିନ୍ତାରେ ସ୍ବାମୀ । ସୂଚନା ଅନୁଯାୟୀ ପୂର୍ବରୁ ହୀରାଲାଲ ଓ ସିପି ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସିଥିବା ବେଳେ ଗତ 29/05/2025 ରେ ହୀରାଲାଲ ଓ ସିପିଙ୍କ ବାରିପଦା କୋର୍ଟରେ ରେଜେଷ୍ଟ୍ରି ବାହାଘର ହୋଇଥିଲା । ପରେ ଘରେ ମଧ୍ୟ ବ୍ରାହ୍ମଣ ଡାକି ବୈଦିକ ରୀତିରେ ମଧ୍ୟ ବାହାଘର କାର୍ଯ୍ୟ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା । ହୀରାଲାଲ ଓ ସିପି ମଧ୍ୟରେ ଭଲ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରହିଥିଲା । ତେବେ କେଉଁ କାରଣରୁ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ଚାଲିଗଲେ ତାହା ଏବେ ସନ୍ଦେହ ଘେରରେ ରହିଛି । ସ୍ବାମୀ ହିରାଲାଲ ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୯/୦୬/୨୦୨୫ ତାରିଖ ଅପରାହ୍ନରେ ହିରାଲାଲ ୪ ଟା ସମୟରେ କଚିମମ୍ବିଲା ହାଟକୁ ଯାଇଥିଲେ । ମାତ୍ର ହାଟରୁ ଫେରି ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ ସିପି ମହାନ୍ତ ଘରେ ନାହିଁ । ତେବେ ଘର ପାଖରେ ଅନେକ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ସିପିର ବଡବାପା ଘରକୁ ଆସିଥିଲେ, ସେ ହୁଏତ ସିପିକୁ ସାଙ୍ଗରେ ନେଇଯାଇ ତାଙ୍କ ବାପାଙ୍କ ଘରେ ଛାଡିଥାଇ ପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି । କିନ୍ତୁ ସ୍ତ୍ରୀ କୁ ଦେଇଥିବା ମୋବାଇଲ ସେ ଘରେ ରଖିଦେଇ ଯାଇଥିଲେ, ତାଙ୍କ ବାପଘର ଲୋକଙ୍କୁ ଏନେଇ ପଚାରିବାରୁ ସେ କୁଆଡେ଼ ଯାଇଛି, କଣ କରିଛି ଆମେ ଜାଣିନାହିଁ । ତମେ ନେଇ ଯାଇଥିଲ ତମେ ହିଁ ବୁଝିବି ବୋଲି କହିଥିଲେ। ଏବେ ହିରାଲାଲ ଅସହାୟ ହୋଇ ଝାରପୋଖରୀଆ ଥାନାର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ଥାନାରୁ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥୁବା ନେଇ ହିରାଳାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏନେଇ ଅଭିଯୋଗ ଗ୍ରହଣ କରିଥିବା ଏସଆଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ ଅନ୍ୟପଟେ ଝାରପୋଖରୀଆ ଥାନା ଅଧିକାରୀ ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ହୀରାଲାଲଙ୍କ ନିଖୋଜ ସ୍ତ୍ରୀଙ୍କୁ ପୋଲିସ ଖୋଜି ବାହାର କରିବାରେ ସଫଳ ହେଉଛି କି ନା ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *