ରାଜସ୍ବ ମନ୍ତ୍ରୀଙ୍କ ବିନା ପଟ୍ଟାରେ ଜାତି ପ୍ରମାଣପତ୍ର ଦେବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା।

ସମ୍ବଲପୁର: ତା.୧୫/୦୫(ବିଏମସି ଟିଭି ଓଡିଆ)

ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବରେ ‘ରାଜସ୍ୱ ମନ୍ତ୍ରୀଙ୍କ ବିନା ପଟ୍ଟାରେ ଜାତି ପ୍ରମାଣପତ୍ର ଦେବା ଘୋଷଣା’ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଅଧ୍ୟକ୍ଷ ନିହାଲ ସିଂ କହିଛନ୍ତି ଯେ ଜାତି ପ୍ରମାଣପତ୍ର ପାଇବାରେ କୋୖଣସି ଅବହେଳା ପ୍ରଦର୍ଶନ ହେଉନାହିଁ। ଡକ୍ଟର ବିଆର ଆମ୍ବେଦକରଙ୍କ ସମ୍ବିଧାନ ଅନୁସାରେ ଜାତି ପ୍ରମାଣପତ୍ର ପଟ୍ଟା ନଥିଲେ ମଧ୍ୟ ଉକ୍ତ ଜାତିର ଲୋକମାନେ ପାଉଥିବା ଢେର ନଜିର ଅଛି। ଜମିପଟ୍ଟା ନଥିଲେ ମଧ୍ୟ ଜାତି ସାର୍ଟିଫିକେଟ ଦେବାପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣାରେ ଚାପ ବଶବର୍ତ୍ତୀ ହୋଇ ତହସିଲଦାରମାନେ ନକଲି ଜାତି ସାର୍ଟିଫିକେଟ ଦେଇଦେବାର ଆଶଙ୍କା ରହିଛି। ଭୂମିହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ବରଂ ନିର୍ଦ୍ଦେଶ ଦିଆଯାଉ। ପୁଞ୍ଜିବାଦୀମାନେ ଲିଜ୍‌ରେ ନେଇଥିବା ଜମିକୁ ରାଜସ୍ୱ ବିଭାଗକୁ ଫେରାଇ ନେବା ସହ ସେମାନଙ୍କ ଲିଜ୍ ବାତିଲ କରି ଦୀର୍ଘ ବର୍ଷ ହେଲା ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସ଼ହରରେ ରହୁଥିବା ଭୁମିହୀନଙ୍କୁ ଶୀଘ୍ରାତିଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ବିଗତ ମନ୍ତ୍ରୀମାନଙ୍କ ଚାପରେ ଜନୈକ ତହସିଲଦାର ନକଲି ଜାତି ପ୍ରମାଣପତ୍ର ଦେବାପାଇଁ ବାଧ୍ୟ ହୋଇଥିଲେ। ଏ ପ୍ରକାରର ପୁନରାବୃତ୍ତି ନଘଟିବା ପାଇଁଁ ରାଜସ୍ୱ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନା ସଭାପତି ସୁରେଶ ମୁଣ୍ଡା କହିଥିଲେ ଯେ ଜାତି ପ୍ରମାଣପତ୍ର ପ୍ରଦାନରେ ଅବହେଳା ହେଉନାହିଁ। ଆମେ ଲେଖିକି ଦେଲେ ପ୍ରମାଣପତ୍ର ସହଜରେ ପାଉଛନ୍ତି। ଦୀର୍ଘ ବର୍ଷ ହେବ ଆଦିବାସୀଙ୍କୁ ବିପିଏଲ କରି ଜମିକୁ ପୁଞ୍ଜିବାଦୀମାନଙ୍କୁ ଦିଆଯାଇଛି। ଚାରି ଡିସିମିଲ ଭୂମି ପାଇଁ ଆବେଦନ କରିଥିଲେ ମଧ୍ୟ ଭୁମିହୀନ କରି ରଖାଯିବା ଏକ ଦୁଃଖଦାୟକ ଘଟଣା । ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ଏହା ଉପରେ ଅଧିକ ଦୃଷ୍ଟି ଦିଅନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଇନ୍ତିଖାପ, ତିବିକ୍ରମ ସାହୁ, ଅମିନ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *