କଟକ ଜିଲ୍ଲାପାଳଙ୍କ ବାଙ୍କୀ ଉପଖଣ୍ଡରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ।

କଟକ/ ବାଙ୍କୀ ; ତା-୦୫/୧୨ ( ବିଏମସି ଟିଭି ଓଡ଼ିଆ)

ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଙ୍କୀ ଗ୍ରସ୍ତରେ ଆସି ପ୍ରଥମେ ଡମପଡ଼ା ବ୍ଲକ ର ପାଥପୁର ଗ୍ରାମ ପଞ୍ଚାୟତର ମହାନଦୀ କୂଳରେ ମୁରାରୀପୁର ଠାରେ ନିର୍ମାଣ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ଵାରା ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ।ସେଠାରୁ ଜାତମୁଣ୍ଡିଆ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟିର ଗୋଦାମ ଘରେ ଗଚ୍ଛିତ ଥିବା ପିଡିଏସ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ତନଖି କରି ଅଧିକାରୀ ମାନଙ୍କ ସହିତ ଆଗାମୀ ଦିନ ରେ ବାଙ୍କୀ ଉପଖଣ୍ଡ ରେ ଖରିଫ୍ ଧାନ ମଣ୍ଡି ରେ ଚାଷୀ ସୁବିଧାରେ ଦେଇ ସ୍ୱଚ୍ଛ ଭାବେ କ୍ରୟ କରିବାବିଷୟରେ ଆଲୋଚନା କରିଥିଲେ ।ତତ୍ ପରେ ଶିମିଳିପୁର ଓ ତୁଳସୀପୁରରେ ଧାନମଣ୍ଡି ପରିଦର୍ଶନ କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ସମୀକ୍ଷା କରିଥିଲେ।

ପରିଶେଷରେ ମାଆ ଚର୍ଚ୍ଚିକାମନ୍ଦିର କୁ ପରିଦର୍ଶନରେ ଯାଇ ସେବାୟତ ମାନଙ୍କ ସହ ମନ୍ଦିର ଉନ୍ନତି କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ମନ୍ଦିର ଉନ୍ନତି ପାଇଁ ଆସିଥିବା ଅନୁଦାନରେ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ବି. ଡି.ଓ ଶ୍ରୀ ଅଂଶୁମାନ ଦାସ, କଟକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଭିମନ୍ୟୁ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

କଟକ ଜିଲ୍ଲା ବାଙ୍କୀ ରୁ ପ୍ରତାପ ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *