ବୋଲଗଡ ; ତା-୩୧/୦୧ ( ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ବାଙ୍କୋଇ ସ୍ଥିତ ସରକାରୀ ବାଙ୍କୋଇ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ଯରେ ଓ ପ୍ରଧାନ ଶିକ୍ଷକ ବଦ୍ରୁଲ ହୁସେନ ଖାଁଙ୍କ ଆବାହକତ୍ବରେ ପଞ୍ଚାୟତ ସ୍ତରୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଡକ ସୁରକ୍ଷା ସଚେତନତା ଅଭିଯାନରେ ବରିଷ୍ଠ ଶିକ୍ଷୟତ୍ରୀ ସଶ୍ମିତା ଦଳାଇ , ନିଳୀମା ରାଣୀ ସେଠୀ , ସ୍ବର୍ଣ୍ଣପ୍ରଭା ସେଠୀ, ମନସ୍ଵିନୀ ବେହେରା , ମାନସୀ ବେହେରା ଓ ଶିକ୍ଷକ ଶୁଭେନ୍ଦୁକୁମାର ସ୍ବାଇଁ , ସୁବାଷ ଚନ୍ଦ୍ର ଦାସ ପ୍ରମୁଖଙ୍କ ମିଳିତ ସହଯୋଗରେ ୩୦୦ରୁ ଉଦ୍ଧ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ଦ୍ବିତୀୟ ପୋଲିସ ଅଧିକାରୀ ତୁଷାରକାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ବୋଲି ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ଛାତ୍ରଛାତ୍ରୀ , ଯୁବକ ଯୁବତୀ ଓ ଜନସାଧାରଣ ମାନେ ଗାଡି ଚଲାଇବା ବେଳେ ମୁଣ୍ଡରେ ହେଲମେଟ ପିନ୍ଧନ୍ତୁ, ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ , ଗାଡି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ । ଦୃତଗତି ରେ ଗାଡି ନ ଚଲାଇ ରାସ୍ତାର ନିୟମ ମାନି ରାସ୍ତାର ବାମପାର୍ଶ୍ଵ ରେ ଧିରେ ଧିରେ ଗାଡି ଚଳାଇ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ ବୋଲି ମୁଖ୍ଯ ଅତିଥି ବାଙ୍କୋଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ବଦ୍ରୁଲ ହୁସେନ ଖାଁଙ୍କ ନେତୃତ୍ବରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହାତରେ ସଡକ ସୁରକ୍ଷା ସଚେତନତା ବ୍ଯାନର , ପ୍ଲାକାର୍ଡ ଓ ପୋଷ୍ଟର ଧରି ଗ୍ରାମ ଓ ବଜାର ପରିକ୍ରମା କରିଥିଲେ । ଏଭଳି ଜନକଲ୍ୟାଣ ସଚେତନ ଅଭିଯାନ କାର୍ଯ୍ୟକ୍ରମକୁ ସମସ୍ତ ବୁଦ୍ଧିଜୀବୀ , ଶିକ୍ଷାବିତ, ସମାଜସେବୀ ଓ ଲୋକମାନେ ଉଚ୍ଚ ପ୍ରଶଂସା କରି ଅଛନ୍ତି ।

ବିଏମସି ନ୍ୟୁଜ ଓଡିଶା ।