ସ୍ବେଛାସେବୀ ଅନୁଷ୍ଠାନ ତରଫ ରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

ଢେଙ୍କାନାଳ ;ତା-୧୫/୦୪(ବିଏମସି ଟିଭି ଓଡ଼ିଆ)

ମଙ୍ଗଳ ଵାର ରାସୋଳ ମହୋତ୍ସବ ର ଦ୍ଵିତୀୟ ଦିବସ ରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ହିନ୍ଦୋଳ ଉପଖଣ୍ଡସ୍ତରୀୟ ଦୁଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସକାଳ ୬:୩୦ ମିନିଟ ସମୟ ରେ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ନେତୃତ୍ବରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ,ହିନ୍ଦୋଳ କଲ୍ୟାଣ ସଂଗଠନ ଭୁବନେଶ୍ୱର ର ମିଳିତ ପ୍ରୟାସ ରେ ମୋ ଗାଁ ମୋ ସମ୍ମାନ ଆହ୍ବାନ ରେ ଅଭିମନ୍ତ୍ରିତ ହୋଇ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜରିଆରେ ରାସୋଳ ବଜାର ଠାରେ

ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନ ର ଚାଳକ ମାନଙ୍କୁ ତଥା ସର୍ବସାଧାରଣ ମାନଙ୍କୁ ସଡକ ସୁରକ୍ଷା ସଚେତନତା ଲିଫ୍ ଲେଟ୍ ବଣ୍ଟନ ଓ ମାଇକ୍ ଜରିଆରେ ଜୀବନ ମୂଲ୍ୟଵାନ ଅକାରଣ ଜୀବନ ହାନୀ ରୁ ବଞ୍ଚିବା ସହିତ ସୁରକ୍ଷିତ ଭାବେ ଯାନ ବାହାନ ଚଳାଚଳ ପାଇଁ ଦୀର୍ଘ ଦୁଇଘଣ୍ଟା ଧରି ସଚେତନ କରାଯିବା ସହ ଚାଳକ ମାନଙ୍କୁ ଚକୋଲେଟ ବଣ୍ଟନ କରାଯାଇ ଥିଲା। ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ର ସମ୍ପାଦକ ପ୍ରଦୀପ ନାୟକ ଙ୍କ ତତ୍ତ୍ଵାବଧାନରେ ପ୍ରତିଷ୍ଠାତା ବିଭୁ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର,ଉପ ସଭାନେତ୍ରୀ ପ୍ରତିମା ପାଳ, ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେବକ ରାକେଶ ସାହୁ, ନିରାକାର ବୈଦ୍ୟ,ରୁଦ୍ର ପ୍ରସାଦ ଶତପଥୀ ତଥା ହିନ୍ଦୋଳ କଲ୍ୟାଣ ସଂଗଠନ ଭୁବନେଶ୍ବର ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ପାଳ ଓ ରାସୋଳ ପୋଲିସ ଷ୍ଟେସନ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *