କନ୍ଧମାଳ ; ତା-୦୨/୦୧(ବିଏମସି ଟିଭି ଓଡ଼ିଆ)
୨୦୨୩ ମସିହାରେ ୧,୬୮,୪୯୧ ଲୋକଙ୍କର ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ୨୦୨୩ ମସିହାରେ ୫,୪୬୭ ଲୋକଙ୍କର ମଧ୍ୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।ଏହି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଓଡ଼ିଶା ସରକାରଙ୍କର ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଆସନ୍ତା ଜାନୁଆରୀ ୦୧ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ – ୨୦୨୫ ଏବଂ ଜାନୁଆରୀ ୦୧ ତାରିଖଠାରୁ ୦୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି । ଏହି ଅବସରରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, ରମେଶ ଚନ୍ଦ୍ର ଜେନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ସ୍ନେହାଶିଷ ସାହୁ ସଡ଼କ ସୁରକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହା ଜିଲ୍ଲା ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବ । ଜନସାଧାରଣଙ୍କୁ ରାସ୍ତାରେ ଯାନବାହାନ ଚଳାଚଳ କରିବା ସମୟରେ ନିୟମଗୁଡିକୁ ଅନୁପାଳନ କରିବା ସହିତ ସୁରକ୍ଷିତ ରହିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ନିବେଦନ କରିଥିଲେ। ଯେପରି ଦୁଇ ଚକିଆ ମୋଟର ଯାନର ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ବ୍ୟବହାର କରିବା, ମୋଟର ଯାନକୁ ଅତ୍ୟଧିକ ବେଗରେ ନ ଚଳେଇବା, ମୋଟର ଯାନ ଚଳାଇବା ସମୟରେ ଅନ୍ୟ ଯାନ ସହ ପ୍ରତିଯୋଗିତା ନ କରିବା, କୌଣସି ପ୍ରକାର ନିଶା ସେବନ କରି ମୋଟର ଯାନବାହାନ ନ ଚଳେଇବା, ଚାରିଚକିଆ ମୋଟର ଯାନରେ ଯାତ୍ରା କରିବା ସମୟରେ ଚାଳକ ଏବଂ ଯାତ୍ରୀମାନେ ସିଟ୍ ବେଲ୍ଟ ବ୍ୟବହାର କରିବା, ମୋବାଇଲ ଫୋନ ବ୍ୟବହାର କରି ଗାଡି ନ ଚଳେଇବା ଏବଂ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କୌଣସି ପ୍ରକାର ଗାଡି ଚଳାଇବାକୁ ଆଇନ ବିରୁଦ୍ଧ ହୋଇଥିବା ଯୋଗୀ ପରିବାର ଲୋକେ ସେମାନଙ୍କୁ ଗାଡି ଚଳେଇବାକୁ ନ ଦେବା ନାହିଁ ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ଆୟୋଜନ ହେବ ଯେପରି ସଡ଼କ ସୁରକ୍ଷା ରଥର ସକ୍ରିୟକରଣ, ବିଭିନ୍ନ ସଡ଼କ ସୁରକ୍ଷା ଚଳଚ୍ଚିତ୍ରର ସ୍କ୍ରୀନିଂ, ଚାଳକଙ୍କ ଚକ୍ଷୁ ପରୀକ୍ଷା ଶିବିର, ସଡ଼ଳ ସୁରକ୍ଷା ଉଲ୍ଲଙ୍ଗନ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ, ସଡ଼କ ସୁରକ୍ଷା ଆଧାରିତ ପ୍ରତିଯୋଗିତା, ୱାକ୍ ଥନ୍ କିମ୍ବା ସାଇକ୍ଲୋଥନ୍ତି, ସଡ଼କ ସୁରକ୍ଷା ଶପଥ ପାଠ, ମହିଳା ଗାଡି ଚାଳକଙ୍କ ସମେତ ସଡ଼କ ବ୍ୟବହାର କାରୀଙ୍କ ପାଇଁ ସେମିନାର କିମ୍ବା କାର୍ମଶାଳା, ପିକନିକ୍, ତୀର୍ଥ ସ୍ଥାନମାନଙ୍କରେ ଲିଫଲେଟ୍ ଓ ବ୍ୟାନର ବଣ୍ଟନ ଏବଂ ରାଜ୍ୟସ୍ତରୀୟ ସମାରୋହ ।ଏହି ଶୁଭାରମ୍ଭ କାର୍ଯ୍ୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ସାଧାରଣ ଜନତା, ପୋଲିସ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ଯମର ପ୍ରତିନିଧୂମାନେ ଯୋଗଦେଇଥିଲେ ।

କନ୍ଧମାଳ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।