ଦଶପଲ୍ଲା ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ)
ପ୍ରତି ବର୍ଷ ପରି ସାରା ଦେଶ ରେ ଜାନୁୟାରୀ ମାସ ଏକ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଥାଏ। ଯାହାକି ରାସ୍ତା ରେ ମଟର ସାଇକେଲ ରେ ଗଲାବେଳେ ସମ୍ପୂର୍ଣ ଟ୍ରାଫିକ ନିୟମ ମାନିଚଳିବା ନିହାତି ଜରୁରୀ । ବାଇକ ରେ ଗଲା ବେଳେ ହେଲମେଟ ପିନ୍ଧିବା,ଦୁଇ ଜଣ ଯିବା ଏବଂ ମୋବାଇଲ ବ୍ୟବହାର ନ କରିବା ପୁଣି ଚାରିଚକିଆ କିମ୍ବା ବଡ ଗାଡି ରେ ଡ୍ରାଇଭର ସିଟବେଲ୍ଟ ନିହାତି ଜରୁରୀ ଓ ଗାଡି ମଟର ଚଳାଇଲା ବେଳେ ମଦ୍ୟ ପାନ ସମ୍ପୂର୍ଣ ନିଷେଧ ହେବା ଜରୁରୀ।
ଏହି ପରି ପ୍ରେକ୍ଷୀରେ ଗତକାଲି ୧୧ଟା ସମୟରେ କଲେଜ ରୁ ଛାତ୍ର ଛାତ୍ରୀ ଏବଂ ଵାଣିଗୋଚ୍ଛା ପୋଲିସ ଙ୍କ ସହଯୋଗ ରେ ଏକ ସଡ଼କ ସୁରକ୍ଷା ରାଲି ବାହାରି ଵାଣିଗୋଚ୍ଛା ବଙ୍ଗଳା ଛକ ଠାରୁ ମନ୍ଦିର ଦେଇ ଗ୍ରାମ ପରିକ୍ରମା ପରେ କଲେଜ ରେ ସମାପ୍ତ କରାଯାଇଥିଲା l ଏହି ସଡ଼କ ସୁରକ୍ଷା ପ୍ରଚାର ପ୍ରସାର ରେ ପ୍ରଥମ ବର୍ଷର ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଛତ୍ରୀ ବ୍ୟାନର ସହ ହାତରେ ଗୋଟିଏ ଗୋଟିଏ ପ୍ଲାକ କାର୍ଡ ଧରି ଜନ ସାଧାରଣ ଙ୍କୁ ସଚେତନତା କରିଥିଲେ ଏବଂ ଯେଉଁ ଭାଇ ମାନେ ବାଇକ ରେ ଗଲାବେଳେ ହେଲମେଟ ପରିଧାନ କରିଥିଲେ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ ଏବଂ ଯେଉଁ ମାନେ ହେଲମେଟ ବ୍ୟବହାର କରୁ ନ ଥିଲେ ସେମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ବୁଝାଇ ଥିଲେ। ଟ୍ରାଫିକ ର ବିଭିନ୍ନ ନିୟମ କାନୁନ ଉପରେ ସ୍ଲୋଗାନ ଦେଇ ପ୍ରଚାର ପ୍ରସାର କରୁଥିଲେ ଛାତ୍ର ଛତ୍ରୀ ।ଏହି କାର୍ଯ୍ୟ କ୍ରମ ରେ କଲେଜ ର ସମ୍ପାଦକ କୁନା ବେହେରାଙ୍କ ନେତୃତ୍ୱ ରେ ଭାର ପ୍ରାପ୍ତ ଅଧକ୍ଷ ନୀଳମଣି ଦିଗାଲ, ଅଧ୍ୟାପିକା, ଅଧ୍ୟାପକ ଭାବେ ବିପ୍ଳବ ମିଶ୍ର, ପ୍ରକାଶ କୁମାର ବେହେରା ,ସ୍ୱପ୍ନାଶ୍ରୀ ମହାନ୍ତି, ସସ୍ମିତା ବେହେରା, ଶୁଭସ୍ମିତା ପଣ୍ଡା, ଅଜିତ କୁମାର ସାହୂ, ସତୀଶ କୁମାର ଦୀକ୍ଷିତ ଏବଂ କଲେଜ ର ପିଅନ ସୁକାନ୍ତ ଭୋକ୍ତା, ସମୀର ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।