ନୟାଗଡ଼ ;ତା-୨୪/୧୨(ବିଏମସି ଟିଭି ଓଡ଼ିଆ)
କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ରାସ୍ତା ଘାଟ ଓ ଗମନା ଗମନ କୁ ପ୍ରାଧାନ୍ୟ ଦେଉଛନ୍ତି। କାରଣ ରାସ୍ତା ଘାଟ ର ଉନ୍ନତି ହେଲେ ଜନସାଧାରଣ ଙ୍କ ରୋଜଗାର ଓ ଗମନା ଗମନ ର ସୁବିଧା ଉନ୍ନତି ଘଟିବ। ତେବେ ଯଦି ରାସ୍ତାଘାଟ ର କାର୍ଯ୍ୟ ନିମ୍ନ ମାନର ହୁଏ ତେବେ ରାସ୍ତା ଗୁଡିକ ଶୀଘ୍ର ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ଅଧିକ ଆର୍ଥିକ ବୋଝ ପଡିବ ଓ ଜନସାଧାରଣ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେବେ। ତେବେ ବାଘମାରୀ ଓ ଦଶପଲ୍ଲା କୁ ଭାୟା ଗଣିଆ କଣ୍ଟିଲୋ ଦେଇ ଆସିଥିବା ରାସ୍ତା ର ମଧ୍ଯଖଣ୍ଡ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ଗତ ତା ୧୨/୦୩/୨୦୨୩ ରିଖ ଦିନ ପୂର୍ବତନ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ କରକମଳରେ ଉଦ୍ଧଘାଟିତ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

ମାତ୍ର ଦୁଇ ବର୍ଷ ନ ପୂରୁଣୁ ରାସ୍ତାରେ ବିଭିନ୍ନ ସମସ୍ୟା ଦେଖାଗଲାଣି। କେଉଁଠି ପାଣି ଜମିଲାଣି, କେଉଁଠି ଵଜୂରୀ ଉଠିଲାଣି।ରାସ୍ତା କାମରେ ବ୍ୟାପକ ଅନିୟମିତତା ଦେଖାଯାଉଛି। ଯାଦ୍ୱାରା ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାସ୍ତା କାମରେ ଅନିୟମିତତା ହୋଇନି ତାହା ରାସ୍ତା ଦେଖିଲେ ଜାଣିପାରିବେ। ଏଥିପାଇଁ ଅନଭିଜ୍ଞ ଇଞ୍ଜିନିଅର କୁ କାମ ଦିଆଯାଉଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।ଏ ସବୁ ସତ୍ୱେ ପ୍ରଶାସନ ର ଦୃଷ୍ଟି ଗୋଚର ନ ହେବା ଏକ ଦୁଃଖ ଦାୟକ ଘଟଣା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।