ବଲାଙ୍ଗୀର/ଟିଟିଲାଗଡ଼ – ୧୮/୦୭ (ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଖମ୍ବେଶି ଗ୍ରାମର କୈଳାସ କନ୍ଧପାଣି ଓ ତାଙ୍କର ଜଣେ ସହଯୋଗୀ ୧୧ ତାରିଖ ଦିନ ବିଷମକଟକ ଠାରୁ ଏକ ପିକପ ଗାଡ଼ିରେ ସପୁରୀ ଲୋଡ କରି ବିଲାସପୁରକୁ ବିକ୍ରି କରିବା ପାଇଁ ନେଇଥିଲେ। ସେଠାରେ ସପୁରୀ ବିକି ୫୦ ହଜାର ଟଙ୍କା ହାତରେ ଧରି ନିଜ ଗାଁ କୁ ଫେରିବା ପାଇଁ ବିଲାସପୁରରୁ ଟ୍ରେନରେ ବସି ଟିଟିଲାଗଡ଼ ଷ୍ଟେସନରେ ସକାଳ ୫.୩୦ ରେ ଓହ୍ଲାଇଲେ। ରାୟଗଡା ପାଇଁ ଟ୍ରେନ ନ ଥିବାରୁ ବସ ଯୋଗେ ଯିବାକୁ ଷ୍ଟେସନରୁ ବାହାରି ଟିଟିଲାଗଡ଼ ବସ ଷ୍ଟାଣ୍ଡ ଯିବାକୁ ବାହାରିଲେ। ସେଠାରେ କିଛି ଯୁବକଙ୍କୁ ବସ ଷ୍ଟାଣ୍ଡ ରାସ୍ତା ପଚାରିବାରୁ ଭୁଲ ରାସ୍ତା ବତେଇ ଟିଟିଲାଗଡ଼ ର ମହାରାଜ ସାଗର କଡ଼ ସ୍ଥିତ ଏକ ନିଛା ଟିଆ ସ୍ଥାନ କୁ ପଠାଇ ଦେଇ ଥିଲେ। ତାପରେ ତିନି ଜଣ ଯୁବକ ଆସି ପଛ ପଟୁ ଧକା ମାରି ଛୁରୀ ଦେଖେଇ ଗୋଟିଏ ମୋବାଇଲ ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ।
ତେବେ ଲୁଟ ହେବା ପରେ କାନ୍ଦି କାନ୍ଦି ଉଭୟେ ଟିଟିଲାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ସଙ୍ଗେ ସଙ୍ଗେ ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ଏକ ଟିମ ଗଠନ କରିଥିଲେ। ଥାନାରେ କାର୍ଯ୍ୟରତ ଅଧିକାରୀ ତାଙ୍କୁ ଧରି ପୋଲିସ ପିସିଆର ରେ ବସାଇ ଘଟଣା ସ୍ଥଳକୁ ନେଇ ଯାଞ୍ଚ ଆରମ୍ଭ କରିଥିଲେ। ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଏହି ମାମଲାରେ ଟିଟିଲାଗଡ଼ ଅଶୋକ ନଗର ମେହେର ପଡ଼ାର ବୋଲହରି ବାଗ ଓ ଅଭିଷେକ ନାଗକୁ ଗିରଫ କରି ତାଙ୍କ ଠାରୁ ନଗଦ ୧୬,୨୦୦ ଟଙ୍କା ଓ ନୂଆ ମୋବାଇଲ ଫୋନ୍ ଜବତ କରି କୋର୍ଟ ଚାଲାଣ କରି ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ଯଶୋବନ୍ତ ନାରାୟଣ ପ୍ରଧାନ ଓ ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି। ଏମାନଙ୍କୁ ଧରିବାକୁ ଟିଟିଲାଗଡ଼ ଥାନାର ଏସ ଆଇ କେକେ ଜାନି, କେ ଏସ ମାଝୀ, ଏ ଏସ ଆଇ ଏମ୍ କେ ବିଶି, ହୋମଗାର୍ଡ ନେତ୍ର ବାଗ, ସୁରଜ୍ ଦିପ ସାମିଲ ହୋଇଥିଲେ ବୋଲି ସୂଚନା ଦିଆଯାଇଛି।
ଟିଟିଲାଗଡ଼ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।