ଗଜପତି ; ତା-୧୩/୦୧(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଉତ୍କଳ ବାଳାଶ୍ରମ ପରିସରରେ ଆଇଏସଆରଡି: ଅନ୍ତର୍ଗତ “ସଖୀ ୱାନ ଷ୍ଟପ ସେଣ୍ଟର” , ଗଜପତି ତରଫରୁ “ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟ କ୍ରମରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ କୁମାର ପଣ୍ଡା ଯୋଗଦେଇ ଉଠ , ଜାଗ୍ରତ ହୁଅ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଚେଷ୍ଠା ଜାରୀ ରଖିବା ପାଇଁ ଅବଗତ କରାଇବା ସହ ଇଚ୍ଛା ଥିଲେ ବଳ ଆପେ ଆପେ ଆସେ ବୋଲି ବିଭିନ୍ନ ଉଦାହରଣ ଦେଇ ସଚେତନ କରାଇ ଥିଲେ । ଏହି ଦିବସ ପାଳନ ଅବସରରେ ଯୁବ ପିଢୀଙ୍କୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରମର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା । ପରେ ଏହି କାର୍ଯକ୍ରମ ଉପଲକ୍ଷେ ସ୍ଲୋଗାନ ଦେଇ ଏହି ଦିବସର ଲକ୍ଷ କୁ ପ୍ରତିପାଦନ କରାଇ ଏକ ହ୍ୟୁମାନ ଚେନ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ଏମ: ସୃତି ଏବଂ ସମସ୍ତ କର୍ମଚାରି ଉପସ୍ଥିତ ରହି ସହଯୋଗ କରି ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି: ସୁରେଶ କୁମାର , ନିରୂପମା ରାଉଳ , ଏନ: ଉଷା , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ପରିଶେଷରେ ଆଇଏସଆରଡି: ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଗଜପତି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।