ସମ୍ବଲପୁର ;ତା-୧୩/୦୨(ବିଏମସି ଟିଭି ଓଡିଆ)
ଅଖିଳ ଭାରତୀୟ ଅଘରିଆ ସମାଜର ସମସିଂହା ମଣ୍ଡଳ ସ୍ତରୀୟ ସାଧାରଣ ବୈଠକ ଝିର୍ଲାପାଲି ଜଗନ୍ନାଥ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିନୋଦ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଲଇଡା ଆଞ୍ଚଳିକ ସଭାପତି ବିନୟ ଚୌଧୁରୀ, ରାଜ୍ୟ ପାଇଁ ମନୋନୀତ ଉପସଭାପତି ଅଶୋକ ନାୟକ ଓ ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ ।ବୈଠକରେ ସମାଜର ରୀତି ନୀତି ଓ ସମାଜ ସଂସ୍କାର ସମ୍ପର୍କରେ ଆଲୋଚନା ହୋଇ ଆଗାମୀ କାଲି ଠାରୁ ହେବାକୁ ଥିବା ତିନି ଦିନିଆ ସମ୍ମିଳନୀକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ମଣ୍ଡଳ ସମ୍ପାଦକ ନଳୀନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।