ସମ୍ବଲପୁର ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି  ସମ୍ବିଳନୀ-୨୦୨୫।

ସମ୍ବଲପୁର ;ତା-୧୪/୦୨(ବିଏମସି ଟିଭି ଓଡିଆ)

ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ବିଳନୀ-୨୦୨୫ ଗୁରୁବାର ସ୍ଥାନୀୟ ତପସ୍ୱିନୀ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତାରାଣୀ ମିଶ୍ର ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଡା. ମହେନ୍ଦ୍ର ନନ୍ଦ (ନଗର ସ୍ୱାସ୍ଥ୍ୟ ଅଧିକାରୀ), ସୁକାନ୍ତ ମିଶ୍ର (ପ୍ରୋଗ୍ରାମ ମେନେଜର) ଡା.ମୌସମୀ ମିଶ୍ର(ଡି.ପି.ଏମ ) ଅତିଥି ଭାବରେ ଯୋଗଦେଇ ମହିଳା ଆରୋଗ୍ୟ ସମିତି ସମ୍ବିଳନୀର ଉଦ୍ଦେଶ୍ୟ ଓ ସମିତି ର ବିଭିନ୍ନ ସଫଳତା ଉପରେ ଆଲୋଚନା କରିଥିଲେ।

ସମ୍ବଲପୁର ମହାନଗର ନିଗମ ଠାରେ ୧୯୮ଟି ଆଶା ଓ ୨୩୩ଟି ମହିଳା ଆରୋଗ୍ୟ ସମିତି ବସ୍ତି ସ୍ତରରେ କାର୍ଯ୍ୟ କରୁଛନ୍ତି। ସେମାନେ ବସ୍ତିକୁ ସଫାସୁତୁରା ରଖିବା , ଆନୁଷ୍ଠାନିକ ପ୍ରସବ କରାଇବା , ପ୍ରତେକୂ ଶିଶୁକୁ ଟୀକାକରଣ କରାଇବା ସହିତ ପରିବାର ନିୟୋଜନ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ସେମାନଙ୍କର କାର୍ଯ୍ୟକୁ ସମୀକ୍ଷା କରି ୯୦ଟି ମହିଳା ଆରୋଗ୍ୟ ସମିତି କୁ ୩୦୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ପୁରୁଷ ବନ୍ଧ୍ୟାକରଣ , ମହିଳା ବନ୍ଧ୍ୟାକରଣ ଓ ଅଣ ସଂକ୍ରାମକ ରୋଗ ଚିହ୍ନଟ କ୍ଷେତ୍ରରେ ବିଶେଷ ଅବଦାନ ହେତୁ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ୮ ଜଣ ଆଶା ଦିଦିଙ୍କୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଧନୁପାଲି ଏନକ୍ୱାସ ମାନ୍ୟତା ପାଇଥିବାରୁ ଡାକ୍ତରଖାନା ର ପ୍ରତ୍ୟେକ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ମହିଳା ଆରୋଗ୍ୟ ସମିତି ଓ ଆଶା ଦିଦିମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଲ୍ଲବୀ ରଏ ପରିଚାଳନା କରିଥିବା ବେଳେ ନିକୁରଞ୍ଜନ ପ୍ରତିହାରୀ, କଳ୍ପା ପରମାର, ମଳୟ ରଞ୍ଜନ ପାଣିଗ୍ରାହୀ, ବାଲେଶ୍ୱର ବିଶି , ସ୍ଵର୍ଣ୍ଣଲତା ପଣ୍ଡା ,ବନ୍ଦନା ନାୟକ, ଭାରତୀ ନାୟକ , ସୋଭାଗ୍ୟ ପାତ୍ର , ସୁପ୍ରଭାତ ସାହୁ , ଲିପ୍ସାରାଣୀ ସାହୁ, ମଧୁମିତା ପାଣି , ବର୍ଣାଳୀ ପ୍ରଧାନ , ଡି.ଏନ ସିଂଦେଓ , ବିଜୟ ଲକ୍ଷ୍ମୀ ନାୟକ, ଶର୍ମିଷ୍ଠା ପ୍ରଧାନ , ସିରେନ୍ଦ୍ରୀ ବlର୍ଲା ଦିଲୀପ କୁମାର ନନ୍ଦ , ମାନସ ରଞ୍ଜନ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *