୨୬ରେ ପ୍ରସାରିତ ହେବ ସମ୍ବଲପୁର ଦୂରଦର୍ଶନ ପ୍ରସ୍ତୁତି ନୂତନ ଶିକ୍ଷାନୀତି ଉପରେ ଆଧାରିତ ଆଲୋଚନା “ନୁଆଁ ଆଲୁଅ।

ସମ୍ବଲପୁର :ତା.୨୨/ ୦୩ (ବିଏମସି ଟିଭି ଓଡିଆ)

ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ସମ୍ବଲପୁର ଦୂରଦର୍ଶନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଠାରୁ ପ୍ରଚଳିତ ହେବାକୁ ଥିବା ନୂତନ ଶିକ୍ଷାନୀତି ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ନୁଆଁ ଆଲୁଅ ” ଆଗାମୀ ୨୬ ତାରିଖ ବୁଧବାର ସକାଳ ଘ. ୦୯. ୩୦ ମିନିଟରେ ଡ଼ିଡ଼ି ଓଡ଼ିଆରେ ପ୍ରସାରିତ ହେବ।ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା, ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଓ ଏହା କିଭଳି ସମ୍ଭବ ହୋଇ ପାରିବ ସେହି ଗୁଣାତ୍ମକ କୌଶଳ ଓ କାର୍ଯ୍ୟାନ୍ଵୟନ ଉପରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ଆଲୋଚନାରେ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁରର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷା ଗବେଷକ ଡ଼ଃ. ମୀନକେତନ ପାଠୀ ଓ ବୁଢାରଜା ସରକାରୀ ହାଇସ୍କୁଲ, ସମ୍ବଲପୁରର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ହରି ନାରାୟଣ ପଣ୍ଡା “ନୂଆଁ ଆଲୁଅ”ର ବିଭିନ୍ନ ଦିଗରେ ଆଲୋଚନା କରିଛନ୍ତି। ଏହାକୁ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୪ ମସିହାରେ ବଣ୍ଡା ପ୍ରି ମେଟ୍ରିକ କୋଚିଙ୍ଗ୍‌ର ସଂଯୋଜକ ରହି ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ କାଳୀନ ୯ ଶିକ୍ଷାର୍ଥୀ ମେଟ୍ରିକରେ ସଫଳତା ହାସଲ କରାଇବାରେ ଡାକ୍ତର ଷଡ଼ଙ୍ଗୀଙ୍କ ପ୍ରମୁଖ ଭୂମିକା ରହିଥିଲା। ଏହି ସଫଳତାକୁ ନେଇ ସେ ମାଲକାନଗିରି ଜିଲ୍ଲା ଡିପିଇପି/ଏସଏସଏ ର ଆଦିବାସୀ/ଜନଜାତି ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରି ୨୦୦୭ ମସିହାରେ ସ୍ବେଚ୍ଛାକୃତ ଭାବେ ଚାକିରୀ ଛାଡି ସମାଜସେବାରେ ନିବୃତ ରହି ଆସିଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *