ଆଞ୍ଚଳିକ ସାହିତ୍ୟ ପରିଷଦ୍ ତରଫରୁ ସମ୍ବଲପୁରୀ ବହି ପସରା ଓ କବିତା ପାଠୋତ୍ସବ ଅନୁଷ୍ଠିତ।

ବରଗଡ  ; ତା-୨୨/୦୧(ବିଏମସି ଟିଭି ଓଡ଼ିଆ)

ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ୍ ତରଫରୁ ଲାଦେରପାଲି ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର କଳ୍ୟାଣ ମଣ୍ଡପ ଠାରେ ଆଜି ଶ୍ରୀ ଶ୍ରୀ ରଣେଶ୍ୱର ମାଁ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଅପରାହ୍ନ ୩ ଟା ସମୟରେ ସମ୍ବଲପୁରୀ ବହି ପସରା ଏବଂ କବିତା ପାଠୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଶ୍ରୀ ଶ୍ରୀ ରଣେଶ୍ୱର ମାଁ ରାମଚଣ୍ଡୀ ଦେବୀଙ୍କୁ ଧୂପ ଦୀପ ସହ ପୂଜାର୍ଚ୍ଚନା କରିବା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସମ୍ବଲପୁରୀ ବହି ପସରା ଆଣିଥିଲେ ଶିଳ୍ପ ବିକାଶ ସୋହେଲା ରୁ ବିକାଶ ସାହୁ ଆଜ୍ଞା , ସମ୍ବଲପୁରୀ ଗୁଛା ତରଫରୁ କବି ମାନସ ରଞ୍ଜନ ଦାଶ, ଅତାବିରା କର୍ମିଟିକ୍ରାରୁ କବି କିଶୋର ଚନ୍ଦ୍ର ପାତ୍ର । ସମ୍ବଲପୁରୀ କୋସଲି କେଲେଣ୍ଡର ଆଣିଥିଲେ ବୁଗୁବୁଗାରୁ  ନିମାଇଁ ମହାପାତ୍ର, ରାମଚଣ୍ଡୀ ସମ୍ବଲପୁରୀ କେଲେଣ୍ଡର ଆଣିଥିଲେ ରେଙ୍ଗାଲି ପାଲି ରୁ ସୁବାଷ ପ୍ରଧାନ। ବହି ପସରା ଦିନ ୧୦ ଟାରୁ ଆରମ୍ଭ ହୋଇ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ସମ୍ବଲପୁରୀ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର କୁ ଆଖି ଆଗରେ ରଖି  ଶିଳ୍ପ ବିକାଶ ସୋହେଲା ର ବିକାଶ ସାହୁ , ସମ୍ବଲପୁରୀ ଗୁଛା ବରଗଡ଼ ମାନସ ରଞ୍ଜନ ଦାଶ, ନିମାଇଁ ମହାପାତ୍ର ଏବଂ ସୁବାଷ ପ୍ରଧାନ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦିନ ୨ ଟାରେ ଦେବୀ ମାଁ ରାମଚଣ୍ଡୀଙ୍କ ପ୍ରସାଦ ସେବନ ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅତାବିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱିନୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜନମୁଖ ସମ୍ବାଦପତ୍ର ର ସମ୍ପାଦକ ବିରେନ୍ଦ୍ର କୁମାର ପାଣିଗ୍ରାହୀ, ରାମଚଣ୍ଡୀ ମନ୍ଦିର ର ବିଶିଷ୍ଟ ସମାଜସେବୀ ସଭାପତି ଦିବାକର ପ୍ରଧାନ, ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ । ପ୍ରଥମେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ  ଏବଂ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମଟି ଆରମ୍ଭ କରାଯାଇଥିଲା।

କବିତା ପାଠୋତ୍ସବ କୁ ପରିଚାଳନା ଦାୟିତ୍ବରେ ଥିଲେ  ବିଶିଷ୍ଟ ସମାଜସେବୀ ତଥା ସଂଗଠକ ସୁବାଷ ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କଠାର ଏବଂ କବି ତଥା ଆକାଶବାଣୀ କଳାକାର ସରୋଜ କୁମାର ରଥ ।ମଞ୍ଚ ପରିଚାଳନା କରିଥିଲେ  ନାଟ୍ୟକାର ତଥା ଶିକ୍ଷକ ମନୋଜ କୁମାର ଭୋଇ , ବରିଷ୍ଠ ଶିକ୍ଷକ ତଥା ସମାଜସେବୀ ଧର୍ମରାଜ ପ୍ରଧାନ ଏବଂ ଯୁବକବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆ। ମୁଖ୍ୟ ଅତିଥି ଅତାବିରା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ପ୍ରଧାନ ସମ୍ବଲପୁରୀ ଭାଷା ସାହିତ୍ୟ ଉପରେ ଆଲୋଚନା କରି ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ବିରେନ୍ଦ୍ର କୁମାର ପାଣିଗ୍ରାହୀ ଏକ ସମ୍ବଲପୁରୀ କବିତା ପାଠ କରି ତାଙ୍କ ଅଭିଭାଷଣରେ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତିର ଜୟଗାନ କରିଥିଲେ। ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ ମଧ୍ୟ ତାଙ୍କ ଅଭିଭାଷଣରେ ସାହିତ୍ୟ ପରିଷଦ ବିଷୟରେ ଆଲୋଚନା କରି ଏହି ଭଲି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କହିଥିଲେ। ରାମଚଣ୍ଡୀ ମନ୍ଦିର ର ସଭାପତି ଦିବାକର ପ୍ରଧାନ ଏହି କବିତା ପାଠ କୁ ପ୍ରଶଂସା କରିବା ସହ ଏହି ଭଲି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରଖିବା ସହ ସାହିତ୍ୟ ପରିଷଦ୍ ଆଗକୁ ବ୍ୟଙ୍ଗ କବିତା ଆସର ଟିଏ ଅନୁଷ୍ଠିତ କରନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ବରଗଡ଼ ସମ୍ବଲପୁର ତଥା ବହୁ ଦୂର ଦୂରାନ୍ତର ବିଭିନ୍ନ ଗ୍ରାମରୁ କବି ମାନେ ଆସି କବିତା ପାଠ କରିଥିଲେ। କବିତା ପଠନ ପରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହି ସାରସ୍ଵତ ସାଧକ ତଥା ପଶ୍ଚିମ ଓଡ଼ିଶା ର ସୁନାମ ଅର୍ଜନ କରିଥିବା କବି ତଥା କଳାକାର ମାନେ ହେଲେ  – କବି ତଥା ସମାଜସେବୀ ଉମେଶ ପ୍ରଧାନ, ନାଟ୍ୟକାର ତଥା ଔପନ୍ୟାସିକ ନରେନ୍ଦ୍ର ମହାନ୍ତି, କବି ଲକ୍ଷଣ ମଲ୍ଲିକ, ଅଞ୍ଜନ କୁମ୍ଭାର, ମୋହନ ମହାନନ୍ଦ,କିଶୋର ଚନ୍ଦ୍ର ପାତ୍ର,କମଲ ଲୋଚନ ପଣ୍ଡା, ଚନ୍ଦ୍ରକାନ୍ତ ସାହୁ, ନବୀନ ବାଗ,ବୁଧୁ ମାଝୀ,ଲକ୍ଷଣ ସୁନା,ଦିଲିପ ସାହୁ,ସଙ୍ଗିତା ଦିପ,ସନ୍ତୋଷିନୀ ନାଗ ,ସଙ୍ଗିତା ସାହୁ,ବିକ୍ରମ ସାହୁ, ମନୋଜ ବାଗ,ରଞ୍ଜୁ ସାହୁ, ସୁରେନ୍ଦ୍ର ମେହେର, ପ୍ରଭଞ୍ଜନ ପୁରୋହିତ,ଆଭାସ ପଣ୍ଡା,ଆଶୁକବି ଜଟାଧାରୀ ପ୍ରଧାନ, ପ୍ରକାଶ ଚନ୍ଦ୍ର ବରିହା, ସଞ୍ଜୁ ପ୍ରଧାନ,ଜୟ ମଙ୍ଗଳ ଭୋସାଗର । ପରିଶେଷରେ ସମସ୍ତ କବିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ବରିଷ୍ଠ ସଦସ୍ୟ, ଆକାଶବାଣୀ  କଳାକାର ତଥା କବି ସରୋଜ କୁମାର ରଥ।



ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *