ସମଲେଶ୍ବରୀ ଚେଲେଞ୍ଜର୍ସ କ୍ରିକେଟ୍ ଉଦ୍‌ଯାପିତ।

ସମ୍ବଲପୁର ;ତା-୫/୧(ବିଏମସି ଟିଭି ଓଡିଆ)

ବରପାଲି ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ସପ୍ତ ଦିବସୀୟ ଜାତୀୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ୟଙ୍ଗ ଷ୍ଟାର ଆସୋସିଏସନ ପକ୍ଷରୁ ଆୟୋଜିତ ସମଲେଶ୍ୱରୀ ଟୁର୍ଣ୍ଣାମେଣ୍ଟରେ ଆଜି ଫାଇନାଲରେ ରାଉରକେଲା ଆରଓସିସି ଓ ସମ୍ବଲପୁର ଏମଏମସିସି ମଧ୍ୟରେ ଏକ ଚିତ୍ତାକର୍ଷକ ଖେଳ ଅନୁଷ୍ଠିତ ହେlଇଥିଲା। ଏଥିରେ ରାଉରକେଲା ଦଳ ଟ୍ରଫି ଜିଣି ୬୦ ହଜାର ଓ ଟ୍ରଫି ପାଇଥିଲା ବେଳେ ସମ୍ବଲପୁର ଦଳ ଉପବିଜେତା ଭାବରେ ଘୋଷିତ ହୋଇ ୪୦ ହଜାର ଟଙ୍କା ପାଇଥିଲେ । ମୂଖ୍ୟଅତିଥି ଭାବରେ ବରଗଡ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ଓ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା, ଅତାବିରା ବିଧାୟକ ନିହାର ମହାନଦ ଏବଂ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ଯ ପ୍ରମୁଖ ଯୋଗ ଦେଇଥିଲେ। ଏସୋସିଏସନ ସଭାପତି ଗିରିଧାରୀ ପାଣିଗ୍ରାହୀ ସ୍ବାଗତ ସହ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ସଂପାଦକ ଚନ୍ଦନ ଅଗ୍ରୱାଲା ପରିଚୟ ପ୍ରଦାନ ସହ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରତିଯୋଗି ଦଳ ଭାବରେ ରାଜ୍ଯ ତଥା ରାଜ୍ୟ ବାହାର ଦଳ ଳମାନେ ଭାଗ ନେଇଥିଲେ। ପରିଚାଳନାରେ ଉପଗୁପ୍ତ ତ୍ରିପାଠୀ, ଗୋକୁଳ ଗହିର, ଅବିନାଶ, ରାଜେଶ ମେହେର, ସିବୁ ଅଗ୍ରୱାଲ, କମଲ, ବଦ୍ରି ସୁନା, ବ୍ରିଜେଶ ଝା ପ୍ରମୁଖ ସହାୟତା କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *