ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ।

ସମ୍ବଲପୁର:ତା.୧୨/୦୩(ବିଏମସି ଟିଭି ଓଡିଆ)

ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷ ରୁ ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତା ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଦିନ ପର୍ଶୁରାମ ଜୟନ୍ତୀ ପାଳନ କରାଯିବ। ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ଜଗନ୍ନାଥ ମନ୍ଦିରରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯିବ ତଥା ଏହି ଜୟନ୍ତୀ ସଭାରେ ବରପାଲି ବ୍ଲକ ର ଦୁଇ ହଜାର ଲୋକ ଙ୍କୁ ସାମିଲ କରାଯିବାକୁ ସ୍ଥିର କରାଯାଇଛି। ଆଜି ର ଏହି ବୈଠକରେ ଗତ ସାମୁହିକ ବ୍ରତ ର ଆୟ ବ୍ୟୟ କୁ କୋଷାଧ୍ୟକ୍ଷ ଆନନ୍ଦ କୁମାର ଦାଶ ପଠନ କରିଥିଲେ । ପ୍ରସ୍ତାବିତ ପର୍ଶୁରାମ ଭବନ କୁ ଯଥା ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି ସମ୍ପାଦକ ଅରୁଣ କୁମାର ପଣ୍ଡା ପ୍ରକାଶ କରିଥିଲେ। ଆସନ୍ତା ପର୍ଶୁରାମ ଜୟନ୍ତୀ ର ମୁଖ୍ୟ ଆବାହକ ଭାବରେ ନରେନ୍ଦ୍ର କୁମାର ହୋତା ତଥା ଯୁଗ୍ମ ଆବାହକ ଭାବରେ ବାଲ କିଶୋର ଖାଡଙ୍ଗା ଓ ଅଜିତ କୁମାର ଦାଶ ଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ଡକ୍ଟର ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ବରପାଲି ସହର ସମେତ ବିଭିନ୍ନ ଶାଖା ରୁ ସଭ୍ୟ ମାନେ ଯୋଗ ଦେଇଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *