ସାନ୍ତାଳୀ ନବବର୍ଷ ୨୦୨୫ ପାଳିତ।

ରାଇରଙ୍ଗପୁର  ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)

ରାଇରଙ୍ଗପୁର ସହରସ୍ତ ପଣ୍ଡିତ ରଘୁନାଥ ମୁର୍ମୁ ଛକ ଠାରେ ଖେରୱାଲ ଜୁମିଦ ଆନୁକୂଲ୍ଯରେ ସାନ୍ତାଳୀ ନବବର୍ଷ ୨୦୨୫ ମାଘେ ମୁଲ୍ଲୁ ପାଳିତ ହୋଇଯାଇଛି । ସର୍ବପ୍ରଥମେ କମିଟୀର ସମସ୍ତ ସଦସ୍ଯ ସେଠାରେ ଏକତ୍ରିତ ହେଲା ପରେ  ସାନ୍ତାଳୀ ଲିପି ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପାଦପଦ୍ମ ରେ ଧୂପ, ଦୀପ ଓ ନାରିକେଳ ଚଢାଇବା ପରେ ତାଙ୍କ ଠାରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ ।

ଏହାପରେ ସମସ୍ତେ ହର୍ଷଉଲ୍ଲାସ ଆନନ୍ଦରେ ହାତକୁ ହାତ ଧରି ନାଚି ସାନ୍ତାଳୀ ନବବର୍ଷକୁ ସ୍ବାଗତ ଜଣାଇଥିଲେ ।ମାଦଳର ତାଳେ ତାଳେ ସେମାନଙ୍କର ନାଚ ଉତ୍ସାହଜନକ ଦେଖାଯାଇଥିଲା ।  ଏ ବିଷୟରେ କମିଟୀର ବରିଷ୍ଠ ସଦସ୍ଯ କହନ୍ତି ଏହି ମାଘେ ମୁଲ୍ଲୁ ସାନ୍ତାଳୀ ନବବର୍ଷ ପ୍ରତିବର୍ଷ ପାଳିତ ହୋଇଆସୁଛି ।

ଏହା ଖୁସି ଓ ଆନନ୍ଦର ଦିନ ।କେବଳ ଆଜି ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମରଣ ନକରି ପ୍ରତିଦିନ ତାଙ୍କର ନୀତିଆଦର୍ଶକୁ ମନେ ପକାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ  କରିବା ଉଚିତ  ।ଏହିଭଳି ପବିତ୍ର ଦିନରେ ତାଙ୍କୁ କୋଟି କୋଟି ନମସ୍କାର ଜଣାଇବା ସହିତ ତାଙ୍କର  ଗୁଣକିର୍ତ୍ତନ କରିବା ସମସ୍ତଙ୍କ ଆଲୋଚ୍ଯ ବିଷୟ ମନେହୁଏ  ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *