ନୟାଗଡ ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମର ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ଲଷ୍ମୀ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। ବହୁ ପୁରାତନ ଯୁଗରୁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ମାତ୍ର ମନ୍ଦିର ନିକଟରେ ମା ଲଷ୍ମୀ ଙ୍କ ମନ୍ଦିର ନଥିଲା ।

ଏହି ମନ୍ଦିର ପାଇଁ ବହୁ ଚେଷ୍ଟା ପ୍ରଚେଷ୍ଟା ଚାଲିଥିଲା। ତେବେ ଅନେକ ବର୍ଷ ପ୍ରତୀକ୍ଷା ର ଅନ୍ତ ଘଟିଛି। ନୂତନ ଭାବେ ମା ଲଷ୍ମୀ ଙ୍କ ମନ୍ଦିର ଟି ଗଢିଉଠିଛି। ମନ୍ଦିର ର ରତ୍ନ ମୁଦ କାର୍ଯ୍ୟ ସମାପନ ହୋଇସାରିଛି । ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ଗୁରୁବାର ଦିନ ଆରମ୍ଭ ହୋଇଛି।

ଏହି ଦିନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ କଳସ ଶୋଭାଯାତ୍ରା ରେ ବାହାରି ଗ୍ରାମ୍ୟ ପରିକ୍ରମା କରିବା ପରେ ଲଷ୍ମୀ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ । ଗ୍ରାମର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଜଗନ୍ନାଥ ପ୍ରେମୀ ଏ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଥିଲେ। ଏହି ଗ୍ରାମର ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ଏ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ ହୋଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।