ବୋଲଗଡ ; ତା-୧୫/୦୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ଘୋରଡିଆ ସ୍ଥିତ ମୋହନ ସତ୍ୟପ୍ରିୟ ବିଧାର ବିଦ୍ୟାଳୟର ୨ୟ ବର୍ଷ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ଶନିବାର ଦିନ ମହାଆଡମ୍ବର ସହକାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ , ମୁଖ୍ଯ ବକ୍ତା ଭାବେ ଶିକ୍ଷାବିତ ସାବିତ୍ରୀ ସୁବୁଦ୍ଧି ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସନାଥ ସ୍ବାଇଁ , ପ୍ରଫେସର ଡକ୍ଟର ଲୋକନାଥ ଷଡ଼ଙ୍ଗୀ , ସ୍କୁଲ ପରିଚାଳନା କମିଟି ସଭାପତି କ୍ଷୀରୋଦ ଚନ୍ଦ୍ର ମହାପାତ୍ର , ଆଲୁମିନି କମିଟି ଅଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ ଧୂପଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ।

ଉସ୍ଚବର ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶିକ୍ଷୟିତ୍ରୀ ପଙ୍କଜିନୀ ପୃଷ୍ଟି ବେଦପାଠ କରିଥିଲେ। ପ୍ରାଧାନ ଶିକ୍ଷକ ବିଜୟ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ତପସ୍ଵିନୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସରୋଜିନୀ ନନ୍ଦ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।

ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ବିଶ୍ବରଞ୍ଜନ ସାହୁ ଓ ସୌଭାଗ୍ଯମୟୀ ସାହୁ ପ୍ରମୁଖ ଙ୍କ ମିଳିତ ସାସ୍କୃତିକ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ।

ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ହସଖେଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ମୁଖ୍ଯ ଅତିଥି ଗୋକୁଳ ଚନ୍ଦ୍ର ବଳବନ୍ତରାୟ ପରାମର୍ଶ ଦେଇଥିଲେ। ଉତ୍ତମ ଚରିତ୍ର ଗଠନ ହେଲେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଭଲ ମଣିଷ ହୋଇ ପାରିବେ ବୋଲି ସମ୍ମାନିତ ଅତିଥି କୈଳାସନାଥ ସ୍ବାଇଁ ସମସ୍ତ ଙ୍କୁ ସୂଚନା ଦେଇଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଜସ୍ମିନ୍ ଦାସ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ ଓଡିଶା ।

