ସାବିତ୍ରୀ ବାଈ ଫୁଲେ ଓ ମାରଙ୍ଗାନା ଜୟପାଳ ସିଂ ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ।

ସମ୍ବଲପୁର ;ତା-୦୩/୦୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଓ ସମ୍ବିଧାନ ସଭାର ସଦସ୍ୟ ମାରଙ୍ଗାନା ଜୟପାଳ ସିଂ ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଦିବସ ପାଳନ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂଙ୍କ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମୁରଲିଧର ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ ଦଳିତ ସେନା ସେନା ସଭାପତି ସୁବେଶ ମୁଣ୍ଡା, ଉପାଧ୍ୟକ୍ଷା ରୁପାଞ୍ଚଳି ରଣବିଡା, ଉପାଧ୍ୟକ୍ଷ ଏମଡି ମୁସ୍ତିକିମ, ସଭ୍ୟ ରାମଶଙ୍କର ଚୌଧୂରୀ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ପରିଷଦର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତ ରହି ଉଭୟଙ୍କ ଜୀବନୀ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶେଷରେ ପରିଷଦ ପକ୍ଷରୁ ମହାସଚିବ ମୋମିନା ଖାତୁନ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଉପ-ମହାସଚିବ ଦୀପକ ପ୍ରଧାନ, ସୁରେଶ ବାଗ, ମୁକ୍ତା ସାହୁ, ନନ୍ଦିନି କାଣ୍ଡ, ଆର୍ତ୍ତବନ୍ଧୁ ଚାନ୍ଦ, ସାବିତ୍ରୀ ମେହେର, ଜମୁନା ଶିଖା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *