ଅମୃତ ମହୋତ୍ସବ ୨୦୨୫ର ଦ୍ବିତୀୟ ସଂନ୍ଧ୍ଯା ରେ ଦର୍ଶକଙ୍କ ମନମୋହିଲା ଡାଲଖାଇ ନୃତ୍ୟ  ।


ବୋଲଗଡ ; ତା-୦୧/୦୪  ( ବିଏମସି ଟିଭି ଓଡିଆ)

ବୋଲଗଡ ଯାତ୍ରା ପଡିଆରେ ଆୟୋଜିତ ଅମୃତ ମହୋତ୍ସବ ୨୦୨୫ର ଦ୍ୱିତୀୟ ଦିବସରେ ସମ୍ବଲପୁରୀ ଡାଲଖାଇ ନୃତ୍ୟ ଦର୍ଶକଙ୍କ ମନମୋହିଛି । ଶ୍ରୀ ସାଇ ଡ୍ୟାନ୍ସ ଏକାଡେମୀ ନିରାକାରପୁରର ନୃତ୍ୟ ଶିଳ୍ପୀ ମାନେ ଏହି ନୃତ୍ୟ ପରିବେଷଣ କରିଥିଲେ.କୋରାପୁଟର ପ୍ରେରଣା ଡ୍ୟାନ୍ସ ଏକାଡେମୀ, ମା ବିଚ୍ଛେଶ୍ବରୀ କଲାପରିଷଦ ପୁରୀ ର ଘୋଡାନାଚ ଓ ବଂଶୀଧର ସଂଗୀତ ମହାବିଦ୍ୟାଳୟ ର ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲେ ।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଯୁବ ସମାଜସେବୀ ସାଂସଦ ପ୍ରତିନିଧି ପ୍ରକାଶ ରଣବିଜୁଳି ଯୋଗଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ସୁବୁଦ୍ଧିସମାଜସେବୀ ଶୁଭେନ୍ଦୁ କୁମାର ଭଞ୍ଜ ଦେଓ, ଦୀପନ କୁମାର ବିଶ୍ୱାଳ ଲଲାଟ କେଶରୀ ସିଂ ସଞ୍ଜୟ ବେହେରା ଓ ମାନସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। 

ଶିକ୍ଷାବିତ ହରିବନ୍ଧୁ ସାହୁ ସଭାପତିତ୍ବ କରିଥିଲେ। ଅବିନାଶ ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି ଅବସରରେ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସମ୍ପାଦକ ମନୋଜ ପଣ୍ଡା  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *