ଆତ୍ମ ସୁରକ୍ଷା କୈାଶଳ ତାଲିମ ଶିବିର ଅନୁଷ୍ଠିତ।

ମାଲକାନଗିରି ; ତା-୨୬/୦୨(ବିଏମସି ଟିଭି ଓଡ଼ିଆ)

କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ ସ୍ନାତକ ସ୍ମାରକୀ ମହାବିଦ୍ୟାଳୟ ପରିସରରେ ଆତ୍ମ ସୁରକ୍ଷା କୈାଶଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡିଆ ଅଧ୍ୟାପିକା ସଞିତା ଖୋସଲା, ରାଜନୀତି ବିଜ୍ଞାନ ଅଧ୍ୟାପକ ଜନ୍ କୋରା, ଇତିହାସ ଅଧ୍ୟାପିକା ମଧୂମିତା ବିଶ୍ୱାଳ

ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୈଶଳର ଉଦ୍ଦେଶ୍ୟ, ଆବଶ୍ୟକତା ଓ ଗୁରୁତ୍ବ ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ପ୍ରଶିକ୍ଷୀକା ପୁଷ୍ପାଞ୍ଜଳି ମାଡକାମୀ ଓ ବିଷ୍ଣୁପ୍ରିୟା ପ୍ରେମା ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୈଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଆଜିଠାରୁ ଆରମ୍ଭ ହୋଇ ଆଗାମୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ଆଠଦିନ ଧରି ଏହି ଶିବିର ଚାଲିବ ବୋଲି କାର୍ଯ୍ୟକ୍ରମର ସ°ଜୋଯିକା ଶ୍ରୀଦେବୀ ପରିଡ଼ା ସୂଚନା ଦେଇଥିଲେ । ପରିଶେଷରେ କାର୍ଯ୍ୟକ୍ରମ ର ପରିଚାଳିକା ପୁନମପ୍ରିୟଦର୍ଶୀନି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *