ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଶିରିଡି – ନାସିକ୍ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ ର ଶୁଭାରମ୍ଭ।

ଗଞ୍ଜାମ  ; ତା-୨୮/୦୧(ବିଏମସି ଟିଭି ଓଡ଼ିଆ)

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଆଜି ତା ୨୮.୦୧ ୨୦୨୫ ରିଖ ଦିନ ସକାଳ ୧୧ଘଣ୍ଟା ୪୫ମିନଟ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିଛି । ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା କରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ତୀର୍ଥଯାତ୍ରା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରାଯାଉଅଛି ।

ପୂର୍ବରୁ ଆବେଦନ ପ୍ରକ୍ରିୟାରେ ଚିହ୍ନଟ ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଭାରତର ଦସ ଗୋଟି ତୀର୍ଥ ସ୍ଥାନ ଭ୍ରମଣ କରି ଆସନ୍ତା ଫେବ୍ରୁଆରୀ ମାସ ୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ଗଞ୍ଜାମ ଜିଲ୍ଲାର ୪୪୨, ଗଜପତି ଜିଲ୍ଲାର ୭୨ ଜଣ କନ୍ଧମାଳ ଜିଲ୍ଲାର ୮୮ ଜଣ, ବୌଦ୍ଧ ଜିଲ୍ଲାର ୫୪ ଜଣ,

ନୟାଗଡ଼ ଜିଲ୍ଲାର ୧୧୯ ଜଣ ଏବଂ ସେମାନଙ୍କର ଏସ୍କଟ ନିମନ୍ତେ ୨୫ ଜଣ ଅଧିକାରୀ ଏହିଭଳି ସମୁଦାୟ ୮୦୦ ଜଣ ଶିରିତି-ନାସିକ ତୀର୍ଥ ସ୍ଥାନ ଭ୍ରମଣ ନିମନ୍ତେ ଯାତ୍ରା ଆରମ୍ଭ କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ୍ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ନିମନ୍ତେ ବ୍ରହ୍ମପୁର ବିଧାୟକ କେ, ଅନୀଲ କୁମାର, ଚିକିଟି ବିଧାୟକ ମନୋ ରଞ୍ଜନ ଦ୍ୟାନ ସାମନ୍ତରାୟ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିତା ଉପସ୍ଥିତ ରହି ନିଜ ବକ୍ତବ୍ୟରେ ସମସ୍ତ ତୀର୍ଥଯାତ୍ରୀ ମାନଙ୍କୁ ସେମାନଙ୍କ ଯାତ୍ରାର ଶୁଭ କାମନା କରିଥିଲେ ।

ତତ୍ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମଧୁମିତା, ପର୍ଯ୍ୟଟନ ବିଭାଗୀୟ ସଚିବ ବାଳ ମୁକୁନ୍ଦ ଭୂୟାଁ, ଆଇ.ଆର୍.ସି.ଟି.ସି. ର ଯୁଗ୍ମ ପରିଚାଳିକା କ୍ରାନ୍ତି ସଭରକର, ଖୋର୍ଦ୍ଧା ଡିଭିଜନ୍ ଡି.ସି.ଏମ୍. ଜି.ସି.ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭରେ ଯୋଗ ଦେଇଥିଲେ । ଏହି ଅବସରରେ ପାଞ୍ଚ ଜଣ ତୀର୍ଥ ଯାତ୍ରୀଙ୍କୁ କିଟ୍ ଏବଂ ଟିକେଟ ପ୍ରଦାନ କରାଯାଇଥିଲା ।

ଏଥୁ ପୂର୍ବରୁ ସମସ୍ତ ଯାତ୍ରୀ ମାନଙ୍କ ନିମନ୍ତେ ଟିକେଟ ଏବଂ କିଟ୍ ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ସେମାନେ ସମସ୍ତେ ସୁସ୍ଥ ଥ‌ିବା ସୂଚନା ମିଳିଥିଲା । ପୂର୍ବ ଦିନ ରାତି ସମସ୍ତ ଯାତ୍ରୀଙ୍କର ରହିବା ବ୍ୟବସ୍ଥା ଏବଂ ସେମାନଙ୍କର ମନୋରଞ୍ଜନ ସକାଶେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା । ସମସ୍ତ ଯାତ୍ରୀ ମାନଙ୍କର ଭବ୍ୟ ସ୍ବାଗତ ନିମନ୍ତେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଲୋକ ନୃତ୍ୟ ପରିବେଷଣ ହୋଇଥିଲା ।

ଏଠାରେ ପ୍ରକାଶ ଥାଉକି ଏହି ଯୋଜନା ମାଧ୍ୟମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧୂ ୩୦୩୮୮ ରୁ ଉର୍ଦୁ ବରିଷ୍ଠ ନାଗରିକ ୩୧ ଟି ପର୍ଯାୟରେ ମଦୁରାଇ, ରାମେଶ୍ଵରମ୍, ପ୍ରୟାଗରାଜ, ବାରଣାସୀ, ହରିଦ୍ଵାର  ଋଷିକେଶ, ଆଜମେର୍, ପୁଷ୍କର, ତିରୁପତି ବାଲାଜୀ, ଭେଲୋର୍‌ ଶ୍ରୀକଳାହସ୍ତୀ, ଶିରିଡି, ନାସିକ୍, ତୁମ୍ଭେକେଶ୍ବର, ରେଲନକାନ୍ତି, ନାଗାପଳନମ୍ବ ତାଞ୍ଜାଭୁର୍ ଦକ୍ଷିଣେଶ୍ବର କାଳୀ ( କୋଲକାତା), କାମାକ୍ଷା, ଆଗ୍ରା, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ।

ଚଳିତ ବର୍ଷ ୮୦୦୦ ବରିଷ୍ଠ ନାଗରିକ ୧୦ ଟି ପର୍ଯ୍ୟାୟରେ ଶିରିଡି, ନାସିକ୍, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଅଯୋଧ୍ୟା, ବାରାଣାସୀ ଆଦି ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପାଇବେ । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ମହାନଗର ନିଗମ ସ‌ହକାରୀ କମିଶନର୍‌ ତଥା ଭାରପ୍ରାପ୍ତ ପର୍ଯ୍ୟଟନ ଅଧୁକାରୀ ନରେନ୍ଦ୍ର ପ୍ରଧାନ, ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବ୍ରହ୍ମପୁର ତଥା ଜିଲ୍ଲା ସଂସ୍କୃତି ଅଧୁକାରୀ ରବି ନାରାୟଣ ବେହେରା, ପର୍ଯ୍ୟଟନ ବିଭାଗ ଅଧୁକାରୀ ଏସ୍. ତନୁଜା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକର ପରିଚାଳନା କରିଥିଲେ ।

ଗଞ୍ଜାମ  ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *