ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରି ଙ୍କ ମନୋମୁଖୀ କାର୍ଯ୍ୟ ନେଇ ଗୁରୁତର ଅଭିଯୋଗ।

ବଲାଙ୍ଗୀର  ;ତା-୦୫/୦୨(ବିଏମସି ଟିଭି ଓଡ଼ିଆ)

ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବେଆଇନ୍ ଭାବେ କିଛି ନିର୍ଦ୍ଦିଷ୍ଟ ଲୋକ ଙ୍କୁ ବେଆଇନ ଭାବେ ନିଯୁକ୍ତି ପ୍ରଦାନ କରାଯାଇ ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ,ଟିଟିଲାଗଡ  ଜିଲ୍ଲା ଉପଖଣ୍ଡ ମୂଖ୍ୟ ଚିକିତ୍ସାଳୟ ବହିର୍ବିଭାଗ ରେ ସତ୍ୟ ନାରାୟଣ ରଣା ଓ ଅମ୍ବିକା ମହାରଥା ନାମ୍ନୀ ଦୁଇ ଜଣ ଏଟେନଡେଣ୍ଡ ଭାବେ ନିଯୁକ୍ତି ପାଇ  ତାଙ୍କ କାମ ପରିବର୍ତ୍ତେ ଟିଟିଲାଗଡ ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନସିଡ଼ି ପଦବୀ ରେ ଦୁଇ ମାସ ଧରି କାର୍ଯ୍ୟ ରେ ନିୟୋଜିତ କରାଯାଇଛି । ଅଣ ତାଲିମ ପ୍ରାପ୍ତ,ତଥା ଅନଭିଜ୍ଞ ଦୁଇ ଜଣ  ଙ୍କୁ ଏହି ଦାୟିତ୍ଵ ପ୍ରଦାନ କରାଯାଇ ଥିବା ଅଭିଯୋଗ ହୋଇଛି । ସେହିପରି ନମିତା ଭାଟି ଅନଭିଜ୍ଞ ପଦବୀ ରେ   ଷ୍ଟାଫ ନର୍ସ କାର୍ଯ୍ୟ କରି ଆସୁଛନ୍ତି । ଏ ନେଇ ତାଙ୍କୁ ଏହି ଦାୟିତ୍ଵ ପ୍ରଦାନ କରି ରୋଗୀ ଙ୍କ ଜୀବନ ସହ ଖେଳି ଆସିବା ନେଇ ଲିଖିତ ଅଭିଯୋଗ ହୋଇଛି । ଏହି ମ୍ୟାଡ଼ିକାଲ ର ବିମଲ ହାତୀ ନାମକ ଜଣେ କର୍ମଚାରୀ ଙ୍କୁ ଡାକ୍ତର ଙ୍କ ନିର୍ଦ୍ଦେଶ କ୍ରମେ ଇଞ୍ଜେକ୍ସନ ଦେଇ ଥିଲେ ବୋଲି ବିଗତ ଦିନରେ ତାଙ୍କୁ ଟିଟିଲାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ କାର୍ଯ୍ୟ ରୁ  ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କ ପଦବୀ ରୁ ବହିସ୍କାର କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ ଆଇନ ଅନୁଯାୟୀ ତାହାର କାର୍ଯ୍ୟ ହୋଇ ନ ଥିବାରୁ କାର୍ଯ୍ୟ ରୁ ଅନ୍ତର କରା ଯାଇଛି ବୋଲି ପ୍ରକାଶ ପାଇଛି । ଏହି ଡାକ୍ତର ଖାନା କାର୍ଯ୍ୟାଳୟ ରେ ଦଲାଲ ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି,ବିନା ସରକାରୀ ପଦ,ପଦବୀ ରେ ନ ଥାଇ ସୁଦ୍ଧା ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ପ୍ରଦୀପ ନାଏକ କାର୍ଯ୍ୟ କରିବା ନିର୍ଦ୍ଦେଶ ଦେଇ ଥିବା ଓ ସେମାନେ ମୌଖିକ ଭାବେ ଆସି ମନଇଚ୍ଛା କାର୍ଯ୍ୟ, କଳାପ  କରି ଆସୁଥିବା ଗୁରୁତର ଅଭିଯୋଗ ସତ୍ତ୍ୱେ ବରିଷ୍ଠ ପଦାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଅନ୍ୟ ସମସ୍ତ କର୍ମଚାରୀ ଙ୍କୁ ଦରମା ପ୍ରଦାନ ତଥା ବିଭିନ୍ନ କାର୍ଯ୍ୟ ନେଇ ହଇରାଣ, ହରକତ କରି ଆସୁଥିବା ଅଭିଯୋଗ ହୋଇଛି । ବଦଳି ଭୟ ରେ ତଥା ବିଭିନ୍ନ କାର୍ଯ୍ୟ ରେ ଅନିୟମିତତା ଚାଲିଥିବା ବେଳେ ଏ ନେଇ ଭୟ ଭିତ ରହିଛନ୍ତି । ଏ ନେଇ ବିଗତ ଦିନରେ କିଛି କର୍ମଚାରୀ ତାଙ୍କ ମୌଳିକ ଅଧିକାର ନେଇ ଦାବି କରି ଥିବା ଯୋଗୁଁ ତାଙ୍କୁ ଅନ୍ୟତ୍ର ବଦଳି ସହ ହଇରାଣ ,ହରକତ କରା ଯାଇଥିବା ନଜିର ରହିଛି । ଜାଣି,ଶୁଣି କାର୍ଯ୍ୟରତ କର୍ମଚାରୀ ଙ୍କ ଦରମା ସମସ୍ୟା ସହ ବିଭିନ୍ନ ପଦ, ପଦବୀ ଖାଲିଥିବା ନେଇ ବିଭିନ୍ନ ବିଭାଗ ରେ  ନିଯୁକ୍ତ କରିଛନ୍ତି ।
ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ  ଦୃଷ୍ଟି ଦେବା କୁ ଦାବି ହେଉଛି ।

ବଲାଙ୍ଗୀର  ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *