ରାଇରଙ୍ଗପୁର ;ତା-୦୨/୦୬(ବିଏମସି ଟିଭି ଓଡ଼ିଆ)
ଆଜି ପବିତ୍ର ଶୀତଳ ଷଷ୍ଠୀ ।ଓଡିଶାର କୋଣ ଅନୁକୋଣରେ ଶିବ ପାର୍ବତୀଙ୍କର ବିବାହ ସମ୍ପନ୍ନ ହେଉଅଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ସମେତ ସମସ୍ତ ବ୍ଲକମାନଙ୍କରେ ଶିବ ପାର୍ବତୀ ବିବାହ ଉତ୍ସବ ପରିଲକ୍ଷିତ ହୋଇଥିଲା ।ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅନ୍ତର୍ଗତ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ଠାରେ ଶିବ ପାର୍ବତୀଙ୍କର ବିବାହ ମନ୍ଦିର କମିଟୀ ସଭାପତି ସ୍ଥାନୀୟ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ପରିଚାଳନାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ ଯଥାରୀତିନୀତି ଅନୁଯାୟୀ ଯେପରି ବିବାହ ହୁଏ , ସେପରି ଶିବପାର୍ବତୀଙ୍କର ବିବାହ ହୋଇଥିଲା ।ବର ପକ୍ଷରୁ ଦେବ ଶିବଙ୍କ କର୍ତ୍ତାକର୍ତ୍ତୀ ଭାବେ ତହସିଲଦାର ବିଶ୍ବନାଥ ବିଶ୍ବାଳ ଏବଂ ଧର୍ମପତ୍ନୀ ଓ କନ୍ଯା ପକ୍ଷରୁ ଦେବୀ ପାର୍ବତୀଙ୍କ କର୍ତ୍ତାକର୍ତ୍ତୀ ଭାବେ ରାଜସ୍ବ ପରିଦର୍ଶକ ନିହାର ରଂଜନ ପାତ୍ର ଏବଂ ଧର୍ମପତ୍ନୀ ପୂଜାକର୍ମକାଣ୍ଡରେ ଶିବବାବାଙ୍କ ଆସ୍ଥାନ ନିକଟରେ ଉପବେସନ କରିଥିଲେ ।ବର ପକ୍ଷରୁ ବରଯାତ୍ରୀ ଦଳ ବାଜା, ତୂରୀ ଓ ଢୋଲକ ବଜାଇ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପହଞ୍ଚିଥିଲେ । କନ୍ଯାପକ୍ଷରୁ କନ୍ଯାପିତା ଆଦରରେ ପାଛୋଟି ଆଣିଥିଲେ। ଯଥା ବିଧି ଅନୁଯାୟୀ, ମୁଖ୍ଯ ପୂଜକ ପ୍ରସନ୍ନ ଷଡଙ୍ଗୀ ଏବଂ ମନ୍ଦିର ପୂଜକ ରବିନାରାୟଣ ହୋତାଙ୍କ ବେଦ ମନ୍ତ୍ର ଓ ଶାସ୍ତ୍ରରେ ମନ୍ଦିର ପରିସର ପରିକମ୍ପିତ ହୋଇଥିଲା । ହାତଗଣ୍ଠି, ଖଇପୁଡା ଓ ହୋମଯଜ୍ଞ ହୋଇଥିଲା । ପରିଶେଷରେ ଶିବ ପାର୍ବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଇବା ପରେ ବିବାହ ସମ୍ପନ୍ନ ହୋଇଥିଲା । ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ସଂନ୍ଧ୍ଯା ବେଳେ ଭଜନ ସଂନ୍ଧ୍ଯା ଆୟୋଜିତ ହୋଇଥିଲା ।ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶିବପାର୍ବତୀଙ୍କର ବିବାହ ଓ ଭଜନ ସଂନ୍ଧ୍ଯା ଉପଭୋଗ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।