ସମ୍ବଲପୁର :ତା.୧୭/୦୪(ବିଏମସି ଟିଭି ଓଡିଆ)
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ବାଧିନତା ସଂଗ୍ରାମୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀକୁ ବାଲମତି ଦେହୁରୀ ନର୍ସିଂ କଲେଜରେ ଆଜି ପାଳିତ ହୋଇ ଯାଇଛି । ଏହି ଅବସରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ , ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପିକା ସୁଶ୍ରୀ ପଲ୍ଲବୀ ତାଣ୍ଡିଆ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁବାବୁଙ୍କ ମୁଖ୍ୟ ମନ୍ତ୍ରିତ୍ୱ ବେଳେ ବିଧାୟକ ଥିବା ବୃନ୍ଦାବନ ମାଝୀ ବିଜୁ ବାବୁଙ୍କ ସ୍ମୁତି ରୋମନ୍ଥନ କରିବା ସହ ସେ ଅଭୂତପୂର୍ବ ଦେଶ ପ୍ରେମୀ ଥିଲେ ବୋଲି କହିଥିଲେ ।

ସଭାପତି ଶ୍ରୀ ନାୟକ ତାଙ୍କ ସଭାପତି ଅଭିଭାଷଣରେ ବିଜୁ ବାବୁ ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତିତ୍ଵ ହେବା ସହ ସ୍ଵାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ । ଶେଷରେ ନର୍ସିଂ ଛାତ୍ରୀ ସୌକିନି ମହାନନ୍ଦିଆ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବିଜୁ ବାବୁଙ୍କ ଅମର ଆତ୍ମାର ସଦ ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହା ପୂର୍ବରୁ ନାରୀ ନେତ୍ରୀ ରଜନୀ ପଟେଲ ଙ୍କ ନେତୃତ୍ୱରେ ନର୍ସିଂ କଲେଜ ଛାତ୍ରୀ ଯମୁନା ବାଗ, ସୁଜାତା ବାଗ, ଲିଲିମା ମିର୍ଧା , ଆଶା କୁଜୁର , ବୈଷ୍ଣବୀ କିସାନ, ମିତା କିସାନ, ସୀମା ମାଝୀ, ଅଞ୍ଜଳି ସୁରିନ, ବବି ପୂର୍ଣ୍ଣିମା କୁଯୁର, ବର୍ଷା ଧୂରୁଆ, ଚୁମକି ସୁନାନି, ମହିମା ସୁନାନି, ମୌସୁମୀ କିସାନ, ଶାନ୍ତି ମୁଣ୍ଡା, ଲିଯା ମିର୍ଦ୍ଧା, ଗୁରୁବାରି ଓରାମ, ସୁରମା ନାଏକ ପ୍ରମୁଖ କଲେଜ ଆଖ ପାଖ ଅଞ୍ଚଳ ସଫେଇ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।