ସମ୍ବଲପୁର :ତା.୦୫/୦୪(ବିଏମସି ଟିଭି ଓଡିଆ)
ଧନକଉଡ଼ା ବ୍ଲକ୍ ଅଧୀନସ୍ଥ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ବହୁଦିନ ହେବ ପୁରୁଷୋତ୍ତମ ନାଗ ନାମକ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମାନସିକ ରୋଗ ତଥା ଅଣ୍ଡକୋଶକ ଜନିତ କାରଣରୁ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଭରସା ପରିବାରର ସଭାପତି ନିହାଲ ସିଂ ତାଙ୍କୁ ଉଦ୍ଧାର କରି ଗତ ମାର୍ଚ୍ଚ ୩୦ ତାରିଖ ଦିନ ବୁର୍ଲା ଭିମ୍ସାର ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସୁଚନା ଅନୁସାରେ ସଞ୍ଜିବ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଅସହାୟ ବୃଦ୍ଧଙ୍କ ବାବଦରେ ସୂଚନା ପାଇବା ପରେ ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ଭରସା ପରିବାର ର ସଭାପତି ସମାଜସେବୀ ନିହାଲ ସିଂ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରଦତ୍ତ ଆମ୍ବୁଲାନ୍ସରେ ବୁର୍ଲା ଭିମସାର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ତେବେ ବୃଦ୍ଧ ଜଣଙ୍କୁ ସର୍ଜରୀ ବିଭାଗର ପ୍ରଫେସର ଡ.ପ୍ରତ୍ୟୁଷ ବିଶିଙ୍କ ଅଧିନରେ ୧୫୩ ନମ୍ବର ଶଯ୍ୟାରେ ଚିକିତ୍ସିତ କରାଯିବା ସହ ବୃଦ୍ଧଙ୍କୁ ବର୍ତ୍ତମାନ ମାନସିକ ରୋଗର ଔଷଧ ଦିଆଯାଉଛି । ଏହାସହ ତାଙ୍କୁ ଆଜି ଭିମସାରରୁ ଡିସଚାର୍ଜ କରାଯିବା ପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆମ୍ବୁଲାନ୍ସରେ ତାଙ୍କୁ ବୈଜାମୁଣ୍ଡା ସ୍ଥିତ ମାନସିକ ଥଇଥାନ କେନ୍ଦ୍ରରେ ଥଇଥାନ କରାଯାଇଛି। ଏଥିରେ ଭିମ୍ସାର ସହାୟତା କେନ୍ଦ୍ରର ମୁଖ୍ୟ ପ୍ରବନ୍ଧକ ମୋମିନା ଖାତୁନ, ପ୍ରବନ୍ଧକ ପ୍ରଭାତୀ ନନ୍ଦ ଓ ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭ୍ୟ ସୁନିଲ୍ କୁମାର୍ ହଂସା ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।