ସମ୍ବଲପୁର :ତା.୦୩/୦୪(ବିଏମସି ଟିଭି ଓଡିଆ)
କୁଚିଣ୍ଡା ଉପଖଣ୍ଡରେ ନିଶା ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ନିଶା ମୁକ୍ତି ପଦଯାତ୍ରା ଆଜି କୁଲେଇଗଡ ଗ୍ରାମ ପଞ୍ଚାୟତର ସଦର ମହକୁମା କୁଡ଼ାପଡ଼ା ଗ୍ରାମରେ ଆରମ୍ଭ ହୋଇଯାଇଛି । ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ , କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣାକର କିସାନ, କୁଚିଣ୍ଡା ବ୍ଲକ ଆବାହକ ମିତ୍ରଭାନୁ ପଧାନ, କୁଲେଇଗଡ ଗ୍ରାମ ପଞ୍ଚାୟତ ସଭାନେତ୍ରୀ ମୀନା ମହାନନ୍ଦିଆଙ୍କ ନେତୃତ୍ୱରେ ଏହି ପଦଯାତ୍ରା ରାଜୀବ ଭବନରୁ ଆରମ୍ଭ ହୋଇ ପ୍ରତ୍ୟେକ ଗଳିକନ୍ଦିକୁ ଯାଇ ନିଶା ସେବନ ଓ ବିକ୍ରୟକୁ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ । ବିଭିନ୍ନ ସ୍ଲୋଗାନ ଦେଇ ନିଶା ମୁକ୍ତ ଅଞ୍ଚଳ ଓ ରାଜ୍ୟ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବିଭିନ୍ନ ସ୍ଥାନରେ ଆୟୋଜିତ ପାଥପ୍ରାନ୍ତ ସଚେତନତା ସଭାକୁ ନାଏବ ସରପଞ୍ଚ ତଥା ଅଭିଯାନର ଜଣେ ଉତ୍ସର୍ଗୀକୃତ କର୍ମୀ ଲମ୍ବୋଦର କୂମୁରା ସଂଯୋଜନା କରିଥିଲେ ।ସଭାରେ ଜିଲ୍ଲା ସଭାପତି ସମାଜ ସେବୀ ସୁବାସ ନାୟକ ରାଜ୍ୟ ସରକାର ଓ ସାଧାରଣ ଜନତାଙ୍କ ସହଯୋଗରେ ନିଶା ମୁକ୍ତ ଅଞ୍ଚଳ ହୋଇପାରିବ ବୋଲି କହିଥିଲେ । ଆନ୍ଦୋଳନକୁ ସମର୍ଥନ କରି କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ସରପଞ୍ଚ ନଳିନୀ କିସାନ , ନାଏବ ସରପଞ୍ଚ ଲମ୍ବୋଦର କୂମୂରା , ୱାର୍ଡ ସଭ୍ୟ ସରୋଜ ମେହେର, ୱାର୍ଡ ସଭ୍ୟା ଜୟନ୍ତୀ ସୁନାନୀ ପ୍ରମୁଖ ଗଣ ପଦଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ ।ସେମାନେ ତାଙ୍କ ଭାଷଣରେ ନିଶା ମୁକ୍ତ ହେବା ପର୍ଯ୍ୟନ୍ତ ସହଯୋଗ କରିବାର ଘୋଷଣା କରିଥିଲେ । ସଭାରେ ଉପସ୍ଥିତ ଶତାଧିକ ନିଶା ନିବାରଣ କର୍ମୀ କୌଣସି ପ୍ରକାର ନିଶା ଦ୍ରବ୍ୟ ଖାଇବେ ନାହିଁ ଓ ଖାଉଥିବା ଲୋକଙ୍କୁ ଗାନ୍ଧି ନୀତିରେ ବରଣ କରିବେ ବୋଲି ହାତ ଟେକି ଶପଥ ନେଇଥିଲେ । ଏହି ସଚେତନତା ଶୋଭାଯାତ୍ରାକୁ ମନୋରମା ପଟେଲ, କଳ୍ପନା ପଟେଲ, ସସ୍ମିତା ସୁନାନି, ଗୀତାଞ୍ଜଳି ସୁନାନୀ, ମଞ୍ଜରୀ ପୋଢ଼, ଜୟନ୍ତୀ ସୁନାନୀ, ସରୋଜିନୀ ମେହେର, ସଂଯୁଲତା ପେଣ୍ଠେଇ, ଅନିତା ପଟେଲ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନିଶା ନିବାରଣ ଅଭିଯାନର ଜିଲ୍ଲା ସଂପାଦକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳ ଧୁରୁଆ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।