ସମ୍ବଲପୁର ;ତା-୦୩/୦୧(ବିଏମସି ଟିଭି ଓଡିଆ)
କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ପରିସରରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଏହାର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ବିଶିଷ୍ଟ ସମାଜବାଦୀ ଓ ଶ୍ରମିକ ନେତା ତଥା ସଂଘର ପ୍ରତିଷ୍ଠାତା ସଭାପତି ବିଶ୍ବନାଥ ପଣ୍ଡିତଙ୍କ ୧୦୬ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ସଂଘର ପୁରାତନ କାର୍ଯ୍ୟକର୍ତ୍ତା ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶ୍ଵନାଥ ପଣ୍ଡିତଙ୍କ ଉତ୍ସର୍ଗୀକୃତ ସଂଗ୍ରାମ ଓ ସଂଗଠିତ ଶ୍ରମିକଙ୍କ ପ୍ରତି କର୍ତ୍ତବ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପଣ୍ଡିତଜୀଙ୍କ ଦେଶ ପ୍ରତି ଅବଦାନ ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ରାଜ୍ୟ ସଂପାଦକ ମହମ୍ମଦ ମୂର୍ତ୍ତିଜା, ପଦ୍ମାବତୀ କିଶନ ଓ ଡିଭିଜନ ସମ୍ପାଦକ କୀର୍ତ୍ତନ ସେନାପତି ପଣ୍ଡିତଜୀଙ୍କ ସଂଘ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସନ୍ଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।