ବଲାଙ୍ଗୀର ;ତା-୦୭/୦୪(ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ ହାଟପଦା ପଡ଼ା ସ୍ଥିତ ସଙ୍କଟ ମୋଚନ କମିଟି ପକ୍ଷରୁ ଶ୍ରୀରାମ ନବମୀ ପାଳନ ପ୍ରତିବର୍ଷ ଭଳି ପାଳନ କରାଯାଇ ଆସୁଛି । ଏକ ଭକ୍ତିମୟ ପରିବେଶ ସହ ସ୍ବତନ୍ତ୍ର ରୂପେ ଅଷ୍ଟ ପ୍ରହର ନାମଯଜ୍ଞ ସହ ଯଥା ବିଧି ଘଟ ସ୍ଥାପନ,ଉପାସନା ଆଦି ରୀତି,ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । ପ୍ରବଳ ଭକ୍ତ ଙ୍କ ସମାଗମ ସହ ଏହି ନାମ ସଙ୍କୀର୍ତ୍ତନ ନେଇ ବିଭିନ୍ନ ବ୍ୟବସ୍ଥା ଆୟୋଜିତ କରାଯାଇଛି । ଏହି ସଙ୍କଟ ମୋଚନ ହନୁମାନ କମିଟି ର ସଭାପତି ସୁବୋଧ ଦାସ,ସମ୍ପାଦକ ସଞ୍ଜୀବ ପାଣିଗ୍ରାହୀ, କୋଷାଧ୍ୟକ୍ଷ ମନୋରଞ୍ଜନ ସରାଫ, ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂଜକ ନିରଞ୍ଜନ ଦାସ,ସହ ପୂଜକ ଶ୍ରୀ ପ୍ରସାଦ ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିପରି ପରିଚାଳନା କମିଟି ସଦସ୍ୟ ଆଶୀର୍ବାଦ ମହାପାତ୍ର, ଦୀପକ କୁମାର ପୃଷ୍ଟି, ନିରଞ୍ଜନ ସାହୁ, ପାପୁନ ମିଶ୍ର, ହରି ନାରାୟଣ ମିଶ୍ର, ସୁଦାମ ମହାରଣା, ସୁନିଲ ଆଚାର୍ଯ୍ୟ, ଦିବ୍ୟ ରଞ୍ଜନ ସରାଫ,ସୁରେନ୍ଦ୍ର ମିଶ୍ର,କୁନୁ ଦାସ ତଥା ବହୁ ସଦସ୍ୟ ଭାବେ କାର୍ଯ୍ୟକ୍ରମ ପରିଚାଳନା କରି ଆସୁଥିବା ପ୍ରକାଶ ପାଇଛି ।
ବଲାଙ୍ଗୀର ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।