ସମ୍ବଲପୁର ;ତା-୧୦/ ୧୨(ବିଏମ୍ସି ଟିଭି ଓଡ଼ିଆ)
ସମ୍ବଲପୁରୀ ଧନୁଯାତ୍ରା କମିଟି ତରଫ ରୁ ଆସନ୍ତା ଜାନୁୟାରୀ ୧୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରା ନିମନ୍ତେ ଶ୍ରୀକୃଷ୍ଣ ଓ ବଳରାମ ବରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଅଛି।ଛତାବରର ଦୁଷ୍ମନ୍ତ ପଣ୍ଡା ଓ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପୁତ୍ର ଓମ ସାଇରାମ ପଣ୍ଡାଙ୍କୁ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବାକୁ ବରଣ କରାଯାଇଥିଲା।ଏଥିରେ କମିଟିର ସଭାପତି ସଞ୍ଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପଣ୍ଡିତ ସୁବ୍ରତ ପୁରୋହିତ ପୂଜକ କାର୍ଯ୍ୟ ସମ୍ପନ୍ନ କରିଥିଲେ।
ସେହିପରି ଟିହିକିପାଲିର ଅଶୋକ ଡନସନା ଓ ଅହଲ୍ୟା ଡନସନାଙ୍କ ସୁପୁତ୍ର ସତ୍ୟବ୍ରତଙ୍କୁ ବଳରାମ ଭୂମିକା ନିମନ୍ତେ ବରଣ କରାଯାଇଥିଲା। ଏଥିରେ କମିଟିର କାର୍ଯ୍ୟକାରୀ ସଭାପତି କମଲ ଲୋଚନ ପଣ୍ଡା କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ପଦ୍ମ ଲୋଚନ ପୁରୋହିତ ପୂଜକ ଭାବେ କାର୍ଯ୍ୟ ତୁଲାଇଥିଲେ। ଉଭୟ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଗୁଣରଞ୍ଜନ ସାଲିମା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ, ନିର୍ଦ୍ଦେଶକ ବାବଲୁ ବାଗ, ସାଂସ୍କୃତିକ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଚୈତନ୍ୟ ନାୟକ, ଯୋଗେଶ ନନ୍ଦ, ଲଳିତ ମୋହନ ବେଵର୍ତ୍ତା , ଜୟକୃଷ୍ଣ ବେହେରା, ଲିଳିମା ମଲ୍ଲିକ, ସୌରୀ ପାଣିଗ୍ରାହୀ, ଘୁନୁ ଚରଣ ପାଢ଼ୀ, ଇଂ.ଅନମୋଲ ଦାଶ, ସୂର୍ଯ୍ୟ ପାଣିଗ୍ରାହୀ, ସନ୍ତୋଷ ରାୟଗୁରୁ, ସସ୍ମିତା ଦୀପ, ବେଦି ବାରିକ, ପ୍ରଜ୍ଞା ପୂଜାରୀ, ନରେଶ ସିଂ, ସରୋଜ ମହାପାତ୍ର, ପିତୃ ରାଉତ, ଦୁଲାଳ ରାୟ ଓ ଶେଷଦେବ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।