ନୟାଗଡ ; ତା-୨୯/୦୧(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୩ନମ୍ବର ୱାର୍ଡ଼ ମାଳିସାହି ଗ୍ରାମରେ ୩୫ତମ ଶ୍ରୀରାମ ଚରିତ ମାନସ ପରାୟଣ ଓ ପ୍ରବଚନ ଚଳିତ ମାସ ୧୯ତାରିଖରୁ ଆରମ୍ଭ ହୋଇ ୨୯ତାରିଖ ଦିନ ପୂର୍ଣ୍ଣାହୁତି ବା ଉଦଯାପନ ହୋଇଛି। ରାମାୟଣ ର ବିଭିନ୍ନ ଅଧ୍ୟାୟ କୁ ପ୍ରବଚକ ମାନେ ପ୍ରବଚନ ଦେଇଥିଲେ। ପ୍ରବଚକ ମାନଙ୍କ ମଧ୍ୟରେ ମୋହନ ଚରଣ ପ୍ରଧାନ, ସ୍ୱାମ ସୁନ୍ଦର ମହାରାଜ, ପଣ୍ଡିତ ନିରଞ୍ଜନ ସାସନି, ସ୍ବାମୀ ସ୍ୱରୁପନନ୍ଦ ସରସ୍ଵତୀ, ସୂର୍ଯ୍ୟ କାନ୍ତ ରଥଶର୍ମା ପ୍ରମୁଖ ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରବଚନ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ୟାସରୂପେ ଦାଶରଥି ଷଡ଼ଙ୍ଗୀ କାର୍ଯ୍ୟ କରୁଥିଲେ। ଏଥିସହିତ ଗ୍ରାମରେ ଥିବା ଯୁବକ ସଂଘ ର ସଦସ୍ୟ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।