ସମ୍ବଲପୁର ;ତା-୧୦/୦୨(ବିଏମସି ଟିଭି ଓଡିଆ)
ଅଖିଳ ଭାରତୀୟ ଅଘରିଆ ସମାଜର ବାମଣ୍ଡା ଆଞ୍ଚଳିକ କମିଟିର ବିଭିନ୍ନ ଗୁଡ଼ିସ୍ତରୀୟ ସମ୍ମିଳନୀ ଅବ୍ୟାହତ ରହିଥିବା ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଏହି କ୍ରମରେ ଚିନି ମହୁଲ ଓ ସଗରା ଗୁଡ଼ିସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସାଗର ସମ୍ମିଳନୀ ରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି କ୍ରମରେ ଉଦୟ ନାଥ ନାୟକ ସଭାପତି, ଅମିୟ କୁମାର ପଟେଲ ଉପ ସଭାପତି, ଭେଷଜ କୁମାର ନାୟକ ସମ୍ପାଦକ, ପ୍ରସନ୍ନ କୁମାର ପଟେଲ ସହ ସମ୍ପାଦକ, ଗଗନ ବିହାରୀ ପଟେଲ କୋଷାଧ୍ୟକ୍ଷ,

ବରୁଣ ପଟେଲ ଯୁବ ସଭାପତି, ବିନତ ପଟେଲ ମହିଳା ସଭାନେତ୍ରୀ ଏବଂ ଗୁରୁ ଚରଣ ପଟେଲ ଓ ଦୟା ସାଗର ପଟେଲ ଉପଦେଷ୍ଟା ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପଦେଷ୍ଟା ଗଙ୍ଗାଧର ନାଏକ, ଆଞ୍ଚଳିକ ସଭାପତି ଭବାନୀ ନାୟକ, ସମ୍ପାଦକ ଅଶୋକ ପଟେଲ , ସହ ସମ୍ପାଦକ ବିପିନ ବିହାରୀ ନାୟକ ଓ ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ ଅତିଥି ଭାବରେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।