ନୟାଗଡ଼ ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ପି ଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାର ଙ୍କ ଗୁଣାତ୍ମକ ଶିକ୍ଷା ର ବିକାଶ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ନୂତନ ଶିକ୍ଷାନୀତି ପ୍ରଚଳନ ହୋଇସାରିଛି। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ପି ଏମ ଶ୍ରୀ ଯୋଜନାରେ ଅନେକ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରାଇ ଛାତ୍ର ଛାତ୍ରୀ ମାନଙ୍କ ର ପାଠ୍ୟ ଶିକ୍ଷା ର ଉନ୍ନତି ସହ, ବୌଦ୍ଧିକ, ଶାରୀରିକ,ମାନସିକ ଦକ୍ଷତା କୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦେଉଥିବା ବେଳେ ପୃଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି। ନୂତନ ସରକାର ତଥା ବିଜେପି ସରକାର ରାଜ୍ୟରେ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦେଶ କ୍ରମେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପି ଏମ ଶ୍ରୀ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସମସ୍ତ ବିଷୟ ପ୍ରଧାନଶୀକ୍ଷକ ରାମକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତି ରେ ଆଲୋଚନା ହୋଇଯାଇଛି। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଗ୍ରୀଷ୍ମ ଛୁଟି ରେ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ହୋମ ୱାର୍କ ପ୍ରଦାନ କରିବା ଓ ୱାଟ ସପ ମାଧମରେ ଶିକ୍ଷା ଦାନ କରିବା ଉଦେଶ୍ୟରେ ଆଲୋଚନା କରାଯାଇଥିଲା।ଅଭିଭାବକ ଙ୍କ ବିଭିନ୍ନ ପ୍ରସ୍ତାବ କୁ ମଧ୍ୟ ଲିଖିତ ରଖି କାର୍ଯ୍ୟକାରୀ କରିବା ଦିଗରେ ପ୍ରଧାନଶିକ୍ଷକ ନିଜର ସମ୍ମତି ପ୍ରଦାନ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।