ଖୋର୍ଦ୍ଧା ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଖୋର୍ଦ୍ଧା ଷ୍ଟାଡିୟମରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ଗିନି କପ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ସଂସ୍କରଣର ୨ୟ ବର୍ଷର ମ୍ୟାଚ । ଏଥିରେ ରାଜ୍ୟର ବଛାବଛା ୮ଟି ଦଳ ଅଂଶଗ୍ରହଣ କରିବାକୁ ସ୍ଵୀକୃତି ପ୍ରଦାନ କରିଛନ୍ତି । ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ:- ୫ ତାରିଖ ସୋଲାର ସ୍ପୋଟିଂ ବନାମ କଟକ କିଶୋର କ୍ଲବ ଭୁବନେଶ୍ୱର, ୬ ତାରିଖ ଜୁଭେନାଇନ କ୍ଲବ କଟକ ବନାମ ଜାଗୃତି କ୍ଲବ ଭୁବନେଶ୍ୱର, ୭ ତାରିଖ ପ୍ରଥମ ସେମି ଫାଇନାଲ ୫ ତାରିଖ ବିଜେତା ବନାମ ୬ ତାରିଖ ବିଜେତା, ୮ ତାରିଖ ୟୁନିୟନ ସ୍ପୋଟିଂ କଟକ ବନାମ ମୁକ୍ତେଶ୍ଵର କ୍ରିକେଟ କ୍ଲବ ଭୁବନେଶ୍ୱର, ୯ ତାରିଖ ରାଇଜିଂ ଷ୍ଟୁଡେଣ୍ଟ୍ କଟକ ବନାମ ଖୋର୍ଦ୍ଧା କ୍ରିକେଟ ଆସୋସିଏସନ୍, ୧୦ ତାରିଖ ଦ୍ବିତୀୟ ସେମି ଫାଇନାଲ ୮ ତାରିଖ ବିଜେତା ବନାମ ୯ ତାରିଖ ବିଜେତା, ୧୧ ତାରିଖ ଦିନ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଓ ୧୨ ତାରିଖ ରବିବାର ଦିନ ଗ୍ରାଣ୍ଡ ଫାଇନାଲ ମ୍ୟାଚ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନର ସାଧାରଣ ସଂପାଦକ ଭବାନୀ ଶଙ୍କର ପଣ୍ଡା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।