ଉତ୍କଳୀୟମ ଫାଉଣ୍ଡେସନ ପକ୍ଷରୁ  ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୫ ଅନୁଷ୍ଠିତ ।

ଭୁବନେଶ୍ୱର ; ତା-୨୨/୦୨ ( ବିଏମସି ଟିଭି ଓଡ଼ିଆ  )

ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି । 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟମର ବିଧାୟକ  ଅନନ୍ତ ନାରାୟଣ ଜେନା, ଉଦଘାଟକ ଭାବେ ଛତିଶଗଡ଼ର କଳିଙ୍ଗ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରତିଷ୍ଠାତା  ବଦ୍ରୀନାଥ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶୀ ଖବର କାଗଜର ମୁଖ୍ୟ ସଂପାଦକ  ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ମାନୀତ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନାର ପ୍ରମୁଖ ସଂଯୋଜକ ଡ଼.ରଘୁନାଥ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଯୁବନେତା  ତ୍ରିନାଥ ବିଶ୍ୱାଳ, ନାରୀନେତ୍ରୀ  ସ୍ମିତା ସିଂହ, କଣ୍ଟାବାଡ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସ୍ମିତା ସ୍ୱାଇଁ  ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଗଠନ ସମ୍ପାଦକ  ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । 

ସର୍ବପ୍ରଥମେ  ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।  ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ।  ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କରେ ବିଷୟରେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନାର ପ୍ରମୁଖ ସଂଯୋଜକ ଡ଼.ରଘୁନାଥ ମଣ୍ଡଳ ବିସ୍ତୃତ ଭାବେ ଆଲୋଚନା କରିଥିଲେ । 

ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି ।  ଏହି ଫାଉଣ୍ଡେସନ ବର୍ତ୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି ।  ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।  ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରି ଆସୁଅଛି । 

ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି  ଅନନ୍ତ ନାରାୟଣ ଜେନା ମତ ପ୍ରକାଶ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ ଓ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ କଳା ପ୍ରଦର୍ଶନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀ ମାନଙ୍କୁ  ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା ।   ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ ।

ବିଏମସି ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *