ଜମନକିରାରେ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ।ତିନୋଟି ପୁସ୍ତକ ଲୋକାର୍ପିତ।

ସମ୍ବଲପୁର :ତା-୩୦/୦୩(ବିଏମସି ଟିଭି ଓଡିଆ)

ଜମନକିରା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆଜି ମୁକ୍ତେଶ୍ଵର ସାହିତ୍ୟ ସଂସଦର ସଭାପତି ମୁରଲୀଧର ନାୟକଙ୍କ ସଭାପତିତ୍ବରେ ‘ସୁବର୍ଣ୍ଣ ସ୍ମୁତି’ ର ସହାୟତା କ୍ରମେ ସପ୍ତମ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ମୁଖ୍ୟ ଅତିଥି ,ସମ୍ବଲପୁର ବିଇଡି କଲେଜର ଓଡ଼ିଆ ସହକାରୀ ପ୍ରଫେସର ଡ଼ ମମତା ପ୍ରିୟ ଦର୍ଶିନୀ ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ଅଧ୍ୟକ୍ଷ, ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ, ବରିଷ୍ଠ ଓକିଲ ହୃଦାନନ୍ଦ ଶର୍ମା ଓ ଅନ୍ୟତମ ଅବସରପ୍ରାପ୍ତ ଅଧ୍ୟକ୍ଷ ରମେଶ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଠାରୁ ଆରମ୍ଭ କରି ରମାକାନ୍ତ ରଥଙ୍କ ପର୍ଯ୍ୟନ୍ତ କାବ୍ୟ ଶୈଳୀ ର ଆଲୋଚନା କରିଥିଲେ ।ଅତିଥିଗଣ ସଭାପତି ଶ୍ରୀ ନାୟକଙ୍କ ପୁସ୍ତକ କବିତା ‘ଗୋଦାବରୀ’, ଶେଖର ବନମାଳୀ ଚନ୍ଦ୍ର ନାମଦେଓ ଙ୍କ ପୁସ୍ତକ ‘ନିର୍ଝରଣୀ’ ଓ ପ୍ରଦ୍ୟୁମ୍ନ ବିଶୀଙ୍କ ସମ୍ପାଦିତ ସମ୍ବଲପୁରୀ ପତ୍ରିକା ‘ଛୁଆ’ କୁ ଉନ୍ମୋଚନ କରିଥିଲେ ।

ଏହି ତିନୋଟି ପୁସ୍ତକ ଓ ପତ୍ରିକାକୁ ସାହିତ୍ୟିକ ସୁବାସ ନାୟକ ସମୀକ୍ଷା କରି ଏହା ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟ ଭଣ୍ଡାରକୁ ପରିପୃଷ୍ଟ କରିପାରିବ ବୋଲି ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ସଂସଦର ସମ୍ପାଦକ ପ୍ରମୋଦ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବକାଶ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅର୍ଦ୍ଧ ଶତାଧିକ କବି ଓ କବିୟତ୍ରୀ କବିତା ପାଠ କରିଥିଲେ । ଏହାକୁ କବି ତ୍ରୈଲୋକ୍ୟ ନାଥ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ଜମନକିରା ସାମ୍ବାଦିକ ସଂଘ (ଓୟୁଜେ) ର ସଭାପତି କ୍ଷିତି ରଞ୍ଜନ ପ୍ରଧାନ, ନର୍ସ ସିନା ପଟେଲ, ଡ଼.ମମତା ପ୍ରିୟଦର୍ଶିନି, ଦିପାଙ୍ଗତା ମହାରଣା, ରାଧା ମୋହନ ପାଣ୍ଡେ ଆଦିଙ୍କୁ ଅତିଥିଗଣ ମାନ ପତ୍ର, ଟ୍ରଫି ଔପଢୌକାନ ଦେଇ ସମ୍ମାନିତ କରିଥିଲେ । କବି ରାଜଶ୍ରୀ ମେହେର, ବିପିନ ବିହାରୀ ପୃଷ୍ଟି, ଟିକେଶ୍ୱର୍ ସାହୁ, ବସନ୍ତ ଚୌଧୁରୀ, ପ୍ରେମ ସାଗର ଦେହେରିଆ, ବିଭୂତି ଗଙ୍ଗଦେବ, ପଞ୍ଚାନନ ଜୟପୂରିଆ, ଶୋଭା ଚନ୍ଦ୍ର ନାଏକ ଆଦିଙ୍କ କବିତା ପାଠ ଉଚ୍ଚକୋଟୀର ହୋଇଥିଲା ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *