ନୃସିଂହନାଥ ପୀଠରେ ପବିତ୍ର ବୈଶାଖ ମେଳା ଅବସରରେ ରାଜ୍ୟ ସ୍ତରୀୟ ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ



ଅତାବିରା/ବରଗଡ଼-  ତା:- ୧୧/୦୫/୨୫ (ବିଏମସି ଟିଭି ଓଡ଼ିଆ)


   ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପ୍ରଭୁ ଶ୍ରୀ ମାର୍ଜର କେଶରୀ ନୃସିଂହନାଥ ଙ୍କର ଜନ୍ମୋତ୍ସବ ମେଳା ପାଳନ ଅବସରରେ ରାଜ୍ୟ ସ୍ତରୀୟ ରଙ୍ଗୋଲି ଏବଂ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ବିଭିନ୍ନ ଜିଲ୍ଲା ରୁ ଚିତ୍ର ଶିଳ୍ପୀ ଏବଂ ରଙ୍ଗୋଲି କଳାକାର ମାନେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ନୂଆପଡା ରୁ ଆସିଥିବା ଜଣେ କଳାକାର ଦିଗବିଜୟ ସିଂ ନିଜର ରଙ୍ଗୋଲି ମାଧ୍ୟମରେ ପ୍ରଭୁ ନୃସିଂହନାଥ ଙ୍କର ଆଭିର୍ଭାବ ର କଥା ପ୍ରଦର୍ଶିତ କରିଥିଲେ ଯାହା ଦର୍ଶକ ଙ୍କ ଆକର୍ଷଣ ର କେନ୍ଦ୍ର ପାଲଟି ପ୍ରଥମ ସ୍ଥାନ ଅର୍ଜନ କରିଥିବା ବେଳେ ବରଗଡ଼ ରୁ ଆସିଥିବା ସୁପ୍ରିୟା ପଲ୍ ଏବଂ ଟିମ୍ ଦ୍ଵିତୀୟ ଓ, ବଲାଙ୍ଗୀର କେସିଙ୍ଗା ର ସରୋଜ ବିଶି ଏବଂ ଟିମ୍ ତୃତୀୟ ସ୍ଥାନ ଅର୍ଜନ କରିଥିଲେ, ସେହିପରି ହିମଦ୍ରି ନାୟକ, କ୍ରିଶ୍ନମୟୀ ପୁରୋହିତ, ଇଶା ବାଗ ଏବଂ ଟିମ୍, ଆଦ୍ୟାସା ଦିୱାନ୍ ଏବଂ ଟିମ୍, ମିତା ରାଣୀ ସହୁ ଏବଂ ଟିମ୍, ସ୍ନେହା ଦ୍ୱାରି ଏବଂ ଟିମ୍, ଶାଶ୍ଵତୀ ପଣ୍ଡା ଏବଂ ଟିମ୍ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଚିତ୍ରକଳା ପ୍ରତିଯୋଗିତାରେ ସମୁଦାୟ ୧୫ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ।


       ଏଥିରେ ମୁଖ୍ୟ ଅତିଥି ମନ୍ଦିର ଟ୍ରଷ୍ଟ ସଭାପତି ଦେବାଶିଷ ସିହ୍ନା, ସମ୍ମାନିତ ଅତିଥି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷୋତ୍ତମ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର ହୁସେନ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋସଂପର୍କ ଅଧିକାରୀ ମହେନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଦିଗ୍ରିଧର ସାହୁ, ବଡ଼ ଶତପଥି, ସୁରଥ ସାହୁ, ଧିରେନ୍ ମହାନ୍ତି, ସୋମେଶ ଚନ୍ଦ୍ର ମହାନ୍ତି, ମାନସ ନାଏକ, ଗୋପବନ୍ଧୁ ଶିକା ପ୍ରମୁଖଙ୍କ ସହ ମନ୍ଦିର ଟ୍ରଷ୍ଟ କର୍ମଚାରି କାର୍ଯ୍ୟକ୍ରମ ସଞ୍ଚାଳନ ରେ ସହଯୋଗ କରିଥିଲେ |ଅତାବିରା ରୁ ସାମ୍ବାଦିକ ନବୀନ ଦାଶ ଏବଂ ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଯୋଗ ଦେଇଥିଲେ।


ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ଟିଭି ଓଡ଼ିଆ ।

Leave a Reply

Your email address will not be published. Required fields are marked *