ରାସାୟନିକ ବିପର୍ଯ୍ଯୟ ପରିଚାଳନା ରାଜ୍ଯସ୍ତରୀୟ ମକ୍ ଏକ୍ସସାଇଜ ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୨୮/୦୨(ବିଏମସି ଟିଭି ଓଡ଼ିଆ)

ରାସାୟନିକ ବିପର୍ଯ୍ଯୟ ଆଜିକାଲି ଦୁନିଆଁରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ରାସାୟନିକ ବିପର୍ଯ୍ଯୟ ପରିଚାଳନାର ମୁଖ୍ଯ ଉଦ୍ଦେଶ୍ଯ ଭବିଷ୍ଯତରେ କୌଣସି ପ୍ରକାର ସଂଭାବ୍ଯ ରାସାୟନିକ ବିପର୍ଯ୍ଯୟ ହେଲେ କିପରି ମିଳିତ ଭାବେ ତାର କଡା ସୁରକ୍ଷା ଯୋଗାଇ ଦିଆଯାଇପାରିବ, ଏଥିରେ ପୁଣି କାର୍ଯ୍ଯରତ ଶ୍ରମିକ, କର୍ମଚାରୀ ତଥା ଗ୍ରାମବାସୀମାନଙ୍କୁ ସୁରକ୍ଷିତ କରିବା ସହିତ ସେମାନଙ୍କର ଜୀବନ ରକ୍ଷା କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ସହରସ୍ତ ଅସନବଣୀସ୍ଥିତ ଡାଇନାଫାମ ଠାରେ ରାସାୟନିକ ବିପର୍ଯ୍ଯୟ ପରିଚାଳନା ଉପରେ ରାଜ୍ଯସ୍ତରୀୟ ମକ୍ ଏକ୍ସସାଇଜ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ୍ରାଫ୍ ଟିମ୍ , ଫାୟାର ବିଭାଗ ଓ ଟ୍ରାକ୍ସ ଫୋର୍ସ ଟିମ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଥିଲା ବେଳେ ରାଇରଂଗପୁର ଉପଖଣ୍ଡ ହସପିଟାଲ ଟିମ ସ୍ବାସ୍ଥ୍ଯ ସେବା ପ୍ରଦାନ କରିଥିଲେ ।

ପୋଲିସ ବିଭାଗ ଆଇନଶୁଙ୍ଖଂଳା ଓ ଟ୍ରାଫିକ ନିୟନ୍ତ୍ରଣ କରିଥିଲା ବେଳେ ରେଡକ୍ରସ ସ୍ବେଛାସେବୀ ଏବଂ ଅନ୍ଯାନ୍ଯ ସ୍ଟେକ ହୋଲଡର ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ତହସିଲଦାର ତଥା ଇନସିଡେଣ୍ଟ୍ କମାଣ୍ଡର ବିଶ୍ବନାଥ ବିଶ୍ବାଳ, ମୟୂରଭଞ୍ଜ ଜିଲ୍ଲା ଡିଇଓସି ଜଗବନ୍ଧୁ ମହାନ୍ତି, ସହ ଫାୟାର ଅଫିସର ସୁଶାନ୍ତ କୁମାର ସାହୁ, ମୟୂରଭଞ୍ଜ ଜିଲ୍ଲା ରେଡକ୍ରସ ଅଫିସର ସ୍ମୁତିରଂଜନ ପାଣି, ଓଡ୍ରାଫ୍ ରେସପଣ୍ଡଡାର ଅରୁଣ କୁମାର ମହାନ୍ତ, ଓଡ୍ରାଫ ଇନଚାର୍ଯ ଦଇତାରୀ ତନ୍ତୀ, ରାଇରଙ୍ଗପୁର ଉପଖଣ୍ଡ ହସପିଟାଲ ଅଧିକାରୀ ରବିନ୍ଦ୍ରନାଥ ମାଣ୍ଡି, ହସପିଟାଲ ମ୍ଯାନେଜର ଆଲୋକ ଗୋଛାୟତ, ଫେକଟାରୀ ମ୍ଯାନେଜର ଟି କେ ବିଜୟାନ, ସହନିର୍ଦ୍ଦେଶକ ଫେକଟାରୀ ଏଣ୍ଡ ବଏଲରସ୍ କେଦାରନାଥ ହାଁସଦା, ପରିବେଶ ଇଂ ଓଏସବିଏସସିବି ବାଲେଶ୍ବର ଅରୁଣ କୁମାର ବାରିକ, ରାଇରଙ୍ଗପୁର ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଓ ସବ ଇନିସପେକ୍ଟର ମିନତୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ଯକ୍ରମରେ ଓଡ୍ରାଫ୍ ଟିମ ୨୨ ଜଣ, ଫାୟାର ଟିମ ୧୨ ଜଣ, ରାଇରଙ୍ଗପୁର ମେଡିକାଲ ଟିମ ୨୨ ଜଣ , ପୋଲିସ ବିଭାଗର ୫ ଜଣ ଓ ରାଇରଙ୍ଗପୁର ଡାଇନାଫାମର କର୍ମଚାରୀଗଣ ପ୍ରମୁଖ ଭୂମିକା ନିଭାଇଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *