ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ



ଦଶପଲ୍ଲା:-୨୪/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ଏନ ଏ ସି ରେ ଦିନକୁ ଦିନ ବିଦ୍ୟୁତ୍ ସେବା କ୍ଷେତ୍ରରେ ବିଚିତ୍ର ଦୃଶ୍ଯମାନ ଦେଖିବାକୁ ମିଳୁଛି | କେଉଁଠି କେତେବେଳେ ସନ୍ଧ୍ୟାରେ ଲାଇଟ୍ ଜଳୁନି ତ, ଆଉ କେଉଁଠି ମଧ୍ୟାହ୍ନରେ ଲାଇଟ୍ ଜଳୁଥିବାର ଦେଖିବାକୁ ମିଳୁଛି । ମଧ୍ୟାହ୍ନ ୨ ଟା ସମୟରେ ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଅନ୍ଧାରକୋଟ ଠାରେ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକରେ ଷ୍ଟ୍ରିଟ ଲାଇଟ ଜଳୁଥିବାର ଦେଖିବାକୁ ମିଳିଥିଲା | ବିଦ୍ୟୁତ୍ ଅପଚୟ ରୋକିବା ପାଇଁ ଏତେ ସବୁ ସଚେତନତା ମଧ୍ଯରେ ଏଭଳି ଅପଚୟର ଦୃଶ୍ୟ ଯିଏ ଦେଖୁଥିଲା, ସିଏ ସେଇ ଗୋଟିଏ କଥା କହୁଥିଲା ବାଃ ବାଃ ରେ ବିଦ୍ୟୁତ୍ ସେବା । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ଏଭଳି ଘଟଣାର ପୁନରାବୃତ୍ତି ନ କରିବା ନିମନ୍ତେ ଦାବି ହେଉଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *