ନୟାଗଡ ; ତା-୦୫/୦୧(ବିଏମସି ଟିଭି ଓଡ଼ିଆ)
ଜାତୀୟ ଯୁବ ଦିବସର ଆଦ୍ୟ ବିହିତ ପୂର୍ବରୁ ଦଶପଲ୍ଲା ର ଅଗ୍ରଣୀ ଯୁବ ସଂଗଠନ ବିବେକାନନ୍ଦ ପଠନ କେନ୍ଦ୍ର ର ୨୬ତମ ବାର୍ଷିକ ଉତ୍ସବ ଆସନ୍ତା ୧୨ ଓ ୧୩ ଦୁଇ ଦିନ ଧରି ପାଳନ କରାଯିବ। ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ତର୍କ, ଓଡ଼ିଆ ରଚନା, ଜଣା ଅଜଣା, ପ୍ରବନ୍ଧ, କବିତା, ସ୍ମରଣ ଶକ୍ତି ପରୀକ୍ଷା ପ୍ରଭୁତି ୩ଗୋଟି ବିଭାଗରେ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୬ଗୋଟି ଶିକ୍ଷାନୁଷ୍ଠାନ ର ୩୦୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ। ମୁଖ୍ୟ ଉତ୍ସବ ଯୁବ ଦିବସ ଦିନ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ବିଚାରକ ଭାବେ ଅଧ୍ୟାପକ ଅଲେଖ ସ୍ୱାଇଁ, ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ନୀଳମଣି ସାହୁ, ଅଧ୍ୟାପିକା ଋତୁପର୍ଣ୍ଣା ମିଶ୍ର, ଅଧ୍ୟାପିକା ମୌସୁମୀ ବାରିକ, ଏବଂ ଶିକ୍ଷକ କୁବେର ମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ସଂଚଳକ ଭାବେ ଅକ୍ଷୟ କୁମାର ମହାପାତ୍ର ଓ ପବିତ୍ର ମୋହନ ସାହୁ ସହଯୋଗ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।