ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଓ ସାପ କାମୁଡିବା ସଚେତନତା ସହିତ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ।

ରାଇରଙ୍ଗପୁର ; ତା-୨୨/୦୧(ବିଏମସି ଟିଭି ଓଡ଼ିଆ)

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝରାଡ଼ିହି ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ପୌରାହିତ୍ୟରେ ଛାତ୍ରୀ ଆତ୍ମ ସୁରକ୍ଷା, ସାପ କାମୁଡିବା ସଚେତନତା ଓ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ସାପ କାମୁଡିବାରେ ମୃତ ହାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ତହସିଲଦାର ଭକ୍ତ ବନ୍ଧୁ ପ୍ରଧାନ ଯୋଗ ଦେଇ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହି ସାପ କାମୁଡ଼ିଲେ ତୁରନ୍ତ ମେଡିକାଲକୁ ଯିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେବା ସହିତ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ବହଳଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଶୁଭଶ୍ରୀ ସିଂ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରୀ ମାନେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନେଇ ନିଜକୁ ସୁରକ୍ଷିତ ରଖିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନୀୟ ଅତିଥି ଭାବେ ବ୍ଲକ ସୁପରଭାଇଜର ସୁଶାନ୍ତ କୁମାର ପାତ୍ର,ଆର.ଆଇ ଗୀତିକୃଷ ଦାସ,ଅମିନ ଭବାନୀ ଶଙ୍କର ଆଚାର୍ଯ୍ୟ,ଏସଏମସି ଚେୟାରମ୍ୟାନ ବୃହସ୍ପତି ବେହେରା, ଜିଏଚଏସ ସଭାପତି ସିଂଘୁ ଟୁଡୁ,କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଦୀନବନ୍ଧୁ ମହାନ୍ତ, ସୁଖ ଲାଲ ହେମ୍ବ୍ରମ,ସଭ୍ୟା ରଶ୍ମିତା ମହାକୁଡ଼ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ ରଖିଥିଲେ।କାର୍ଯ୍ୟକ୍ରମରେ ପ୍ରଶିଖିକ୍ଷା ଭାବରେ ଯମୁନା ମହାନ୍ତ,ବରିଷ୍ଠ ଶିକ୍ଷୟତ୍ରୀ ଦେଓଲା ମାଝୀ,ରେଡ୍ କ୍ରସ୍ କାଉନସେଲର ମିତା ହାଁସଦା ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।ଶିକ୍ଷକ ରଘୁନାଥ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଧରିତ୍ରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।ଏଥିରେ ଶିକ୍ଷୟତ୍ରୀ ରୁକ୍ମଣୀ ହେମ୍ବ୍ରମ, ଦେବକୀ ଗୋପାଲ, ସଂଗୀତା ନାଏକ,ରେଣୁବାଳା Powder, ସସ୍ମିତା ମୁଣ୍ଡା, ହରପ୍ରିୟା ପ୍ରଧାନ,ଶିବାନୀ ଶଙ୍କର ଦାଶ, ପ୍ରଶାନ୍ତ କୁମାର ମହାନ୍ତ, ଧର୍ମସେନ ମାଝୀ, ସାଗିନ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *