ଜେ.ଇ.ଇ ମେଇନ୍‌ସ୍‌ ଅନ୍ତିମ ପରୀକ୍ଷାଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁରର ଛାତ୍ରଛାତ୍ରୀମାନେ ଉତ୍କର୍ଷ ପରୀକ୍ଷାଫଳ ପ୍ରଦର୍ଶନ କରିଛନ୍ତି।

ଗଞ୍ଜାମ ;ତା-୨୨/୦୪(ବିଏମସି ଟିଭି ଓଡ଼ିଆ)

ଗତ ୧୮ ତାରିଖ ମଧ୍ୟରାତ୍ରୀରେ ପ୍ରକାଶିତ ଜେ.ଇ.ଇ ମେଇନ୍‌ସ୍‌ ଅନ୍ତିମ ପରୀକ୍ଷାଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁରର ଛାତ୍ରଛାତ୍ରୀମାନେ ଉତ୍କର୍ଷ ପରୀକ୍ଷାଫଳ ପ୍ରଦର୍ଶନ କରିଛନ୍ତି।ଅନୁଷ୍ଠାନରେ ୩୯ ଜଣ ଜେ.ଇ.ଇ ପାଇଁ ପ୍ରଶିକ୍ଷଣ ନେଉଥିଲେ । ସେଥିରୁ ଶ୍ରୀଅଙ୍କା ପଟ୍ଟନାୟକ ଜେ.ଇ.ଇ ପ୍ରଥମ ପର୍ଯ୍ୟାୟ ବି.ଆର୍କ ରେ ସର୍ବଭାରତୀୟ ସ୍ଥରରେ ୨୦ତମ ସ୍ଥାନ ଅଧିକାର କରିଥିଲା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଦୁଇଜଣ ଛାତ୍ର ୯୮ ପର୍ ସେଣ୍ଟାଇଲରୁ ଉର୍ଦ୍ଧ୍ଵ ରଖିଥିଲା ବେଳେ ୧୪ ଜଣ ଛାତ୍ରଛାତ୍ରୀ ୯୫ ଉର୍ଦ୍ଧ୍ଵ ପର୍ ସେଣ୍ଟାଇଲ୍ ରୁ ଉର୍ଦ୍ଧ୍ଵ ରଖିଛନ୍ତି ଓ ୨୮ଜଣ ଛାତ୍ର ଛାତ୍ରୀ ୯୦ ଉର୍ଦ୍ଧ୍ଵ ପର୍ ସେଣ୍ଟାଇଲ୍ ରଖି କୃତକାର୍ଯ୍ୟ ହୋଇଛନ୍ତି।ଅନୁଷ୍ଠାନ ର ଶିକ୍ଷକ କର୍ମକର୍ତ୍ତା ଓ ନିର୍ଦ୍ଦେଶକ କୃତି ଛାତ୍ର ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଆଡ୍‌ଭାନ୍‌ସ୍‌ ପରୀକ୍ଷାରେ ସଫଳତା ପାଇଁ କାମନା କରିଛନ୍ତି।
ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ୨୦ ବର୍ଷ ଧରି ଜାତୀୟ ସ୍ଥରର ପ୍ରବେଶିକା ପାଇଁ ପ୍ରଶିକ୍ଷଣ ଦେଇ ଆସୁଅଛି ଓ ଜିଲ୍ଲାରେ ତଥା ଦକ୍ଷିଣ ଓଡ଼ିଶାରେ ପ୍ରବେଶିକା ପରୀକ୍ଷା ଭିତ୍ତିକ ଶିକ୍ଷାଦାନ ରେ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ କରି ଆସିଅଛି ।ଅନେକ ଛାତ୍ର ଓ ୨୦ ରୁ ୨୨ ଜଣ ଛାତ୍ରୀ ଏହି ଅନୁଷ୍ଠାନରୁ କୃତକାର୍ଯ୍ୟ ହୋଇ ଅନ୍ତର୍ଯ୍ୟାତୀୟ ସ୍ଥରରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ଅଛନ୍ତି କିମ୍ଵା ଆନ୍ତର୍ଯ୍ୟାତୀୟ ସ୍ଥରର ଖ୍ୟାତି ସମ୍ପର୍ଣ୍ଣ ଉଚ୍ଚତର ଅନୁଷ୍ଠାନ ଯଥା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ୍, ଟେକ୍ସାସ୍ ୟୁନିଭର୍ସିଟି,ଓ୍ବାରଓ୍ବିକ୍ ଇଉନିଭର୍ସିଟି, ଓ୍ବାସିଙ୍ଗଟନ ୟୁନିଭରସିଟି ଇତ୍ୟାଦି ଉଚ୍ଚତର ଅନୁଷ୍ଠାନରେ ଗବେଷଣାରତ ଅଛନ୍ତି କିମ୍ଵା ଗବେଷଣା ସମ୍ପୂର୍ଣ୍ଣ କରି ବୈଜ୍ଞାନିକ ହୋଇପାରିଛନ୍ତି।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *