ଗଜପତି ; ତା-୦୮/୧୨(ବିଏମସି ଟିଭି ଓଡ଼ିଆ)
ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଶତାଧିକ ମହିଳା ରାଜ ରାସ୍ତାକୁ ଓଲାଇଛନ୍ତି । ରାୟଗଡ ବ୍ଲକ ଅନ୍ତର୍ଗତ କୁମୂଳାସିଂ ପଞ୍ଚାୟତର ହାତୀବାଡି ଗ୍ରାମର ଶତାଧିକ ମହିଳା ପାରଳାଖେମୁଣ୍ଡି ମୋହନା ଜାତୀୟ ରାଜପଥ ପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ତଥ୍ୟ ଦାଖଲ କରିବା ସତ୍ତ୍ବେ ମଧ୍ୟ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗ କରି ଥିଲେ ଗାଁର ମହିଳା । ହେଲ୍ପଲାଇନ ୪ ଏକର ଜମି ରହିଥିବା କୁହା ଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହା ଯିବା ପରେ ଶତାଧିକ ମହିଳା ରାଜ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଖବର ପାଇ ରାୟଗଡ ତହସିଲିଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳାମାନେ ରାସ୍ତାକୁ ଆସି ଥିଲେ ଓ ରାସ୍ତାରୋକ କରିଥିଲେ । କାରଣ ବାରମ୍ବାର ସେମାନେ ଫୋରମ୍ ଫିଲସ୍ କରି ଆବେଦନ କରିଛନ୍ତି । ଯାହା ରହିଛି ନିୟମ ତାହାକୁ ସେମାନେ ମାନି ଥିବା କହିଛନ୍ତି । କିନ୍ତୁ ତସତ୍ତ୍ବେ ସୁଭଦ୍ରା ଟଙ୍କା ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ କରି ରାସ୍ତାରୋକ କରି ଥିଲେ । ମହିଳାମାନଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକରୁ ହଟିଛନ୍ତି ମହିଳା। ସୁଚନା ମିଳୁଛି କି ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । କାରଣ ସେମାନେ ବାରମ୍ବାର ସୁଭଦ୍ରା ଯୋଜନାକୁ ଅପେକ୍ଷା କରି ରହିଛନ୍ତି ।
ଗଜପତି ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।