ବେଲଗୁଣ୍ଠା ;ତା-୨୪/୦୩(ବିଏମସି ଟିଭି ଓଡ଼ିଆ)
ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାକୁ ପ୍ରେମ କରି ଶାରୀରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ୍ ସମ୍ପୃକ୍ତ ପ୍ରେମିକକୁ କୋର୍ଟଚାଲାଣ କରିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁ.ନୁଆଁଗାଆଁର ଅଜୟ ନାଇକ (25) ନାମକ ଜଣେ ହରିଜନ ଯୁବକ ସେହି ଗ୍ରାମର ହରିଜନ ଯୁବତୀ ଦୀପା ନାଇକ (25) ଙ୍କ ମଧ୍ୟରେ ଗତ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଜୟ ଦୀପାକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ବାରମ୍ବାର ଶାରୀରୀକ ସମ୍ପର୍କ ମଧ୍ୟ ରଖି ଆସୁଥିଲା ।ଦୀପା ବାରମ୍ବାର ଅଜୟକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଉଥିଲେ ମଧ୍ୟ ଅଜୟ ଏହାକୁ ଏଡାଇ ଯାଉଥିଲା ।ବର୍ତ୍ତମାନ ଦୀପା ଛଅ ମାସର ଗର୍ଭବତୀ ଅଛି ଜାଣିବା ପରେ ସେ ଅଜୟକୁ ବିବାହ କରିବା ପାଇଁ ଜିଦ୍ କରିଥିଲା । କିନ୍ତୁ ଅଜୟ ଦୀପାକୁ ଧରାଛୁଆଁ ଦେଇନଥିଲା । ଏନେଇ ଦୀପା ବାଧ୍ୟ ହୋଇ ବେଲଗୁଣ୍ଠା ଥାନାରେ ଅଜୟ ନାମରେ ଏତାଲା ଦାୟର କରିଥିଲା ।ଦୀପାର ଏତାଲାକୁ ଭିତ୍ତିକରି ବେଲଗୁଣ୍ଠା ଥାନାରେ 174/25 ରେ ଏକ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ ଘଟଣାର ତଦନ୍ତ କରିବା ସହିତ ଅଜୟକୁ ଗିରଫ କରି ଉଭୟ ଦୀପା ଏବଂ ଅଜୟକୁ ଡ଼ାକ୍ତରୀ ମାଇନା ପାଇଁ ପଠାଇଥିଲେ । ଆଜି ଅଜୟକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।