ଦଶପଲ୍ଲା :- ତା – ୩୦/୦୫/୨୫ (ବିଏମସି ଟିଭି ଓଡ଼ିଆ)
ବାସଗୃହ ଖଣ୍ଡିଏ ପ୍ରତି ଟି ଲୋକର ଦରକାର। ତେବେ ଦେଶରେ ତଥା ରାଜ୍ୟରେ ଅଦ୍ୟାବଧି ବାସଗୃହ ନ ଥିବା ଅବା କଚା ଘରେ ରହୁଥିବା ଲୋକଙ୍କ ସଂଖ୍ୟା ଅଧିକ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ଏଭଳି ଲୋକଙ୍କୁ ବାସଗୃହ ଟିଏ ଖଞ୍ଜି ଦେବା ପାଇଁ ବେଶ ପ୍ରୟାସଶୀଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅବା ଅନ୍ତୋଦୟ ଗୃହ ଯୋଜନା ଅବା ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ମାଧ୍ୟ୍ୟମରେ ସଠିକ ହିତାଧିକାରୀଙ୍କୁ ଚି଼ହ୍ନଟ କରି ଆବାସ ଯୋଜନରେ ବାସଗୃହ ଯୋଗାଇ ବାକୁ ବଦ୍ଧପରୀକର। ଏ କ୍ରମରେ ବର୍ତମାନ ଦଶପଲ୍ଲା ଏନ ଏ ସି ରେ ଦରଖାସ୍ତ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ଦିନ ରାତି ଏକ କରି ଏନ ଏ ସିର କର୍ମଚାରୀ ଙ୍କ ସହିତ ପ୍ରତ୍ୟେକ ୱାର୍ଡ ର କାଉନସିଲର ଭାଇ ଭଉଣୀମାନେ ଚି଼ହ୍ନଟ ପକ୍ରିୟାରେ ଲାଗିଛନ୍ତି।ଯୋଗ୍ୟ ହିତାଧିକାରୀ ଚି଼ହ୍ନଟ ହେବାପରେ ସେମାନଙ୍କୁ ୱାର୍କ ଅର୍ଡର ପ୍ରଦାନ କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସୂଚନା ଦେଇଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଟିଭି ଓଡ଼ିଆ।