ବାସୁଦେବ-ଗୋଦାବରୀ ସ୍ନାତକ ମହାବିଦ୍ୟାଳୟରେ ପ୍ରତିଭା ବିକାଶ ସମାରୋହ ଅନୁଷ୍ଠିତ।

ସମ୍ବଲପୁର ;ତା-୦୭/୦୧(ବିଏମସି ଟିଭି ଓଡିଆ)

ସମ୍ବଲପୁର ଜିଲ୍ଲା ବାମରା ବ୍ଲକର କେସାଇବାହାଲ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାସୁଦେବ ଗୋଦାବରୀ ସ୍ନାତକ ମହା ବିଦ୍ୟାଳୟରେ କଲେଜ୍ ସହିତ ସାମିଲ ହୋଇ ‘ପ୍ରତିଭା ବିକାଶ’ ଅଭିଯାନ ପକ୍ଷରୁ ଆଜି ପ୍ରତିଭା ବିକାଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବକାଶରେ ଅଧ୍ୟକ୍ଷ ଦୟା ସାଗର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଭାର ବିକାଶ ପାଇଁ ଛାତ୍ରଛାତ୍ରୀମାନେ ସ୍ବପ୍ନ ଦେଖିବା ସହ ବଡଲୋକ ସହିତ ଭଲଲୋକ ହେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । ଏଥିରେ ଓଡ଼ିଆ ଅଧ୍ୟାପିକା ମନୋରମା ପଟେଲ ମୁଖ୍ୟବକ୍ତା ଓ ଅଭିଯାନର ସଭ୍ୟ ଓଏସିଇ ର ନିର୍ଦ୍ଦେଶକ ରାଜେଶ୍ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଫଳତାର ବିଭିନ୍ନ ଟିପ୍ସ୍ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଥମେ ମହାତ୍ମା ଗାନ୍ଧୀ, ଡ଼.ଏପିଜେ ଅବଦୁଲ କଲାମଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଉତ୍ସବକୁ ଅତିଥିଗଣ ଉଦ୍‌ଘାଟନ କରିଥିବା ବେଳେ ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।କଲେଜର ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ହରେଶ୍ କୁମାର ସାହୁ ସ୍ଵାଗତ ବକ୍ତବ୍ୟ, ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଭିଯାନର ସଂଯୋଜକ ରମେଶ ପ୍ରଧାନ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ନାୟକ ପୂର୍ବରୁ ଆୟୋଜିତ ସାଧାରଣ ଜ୍ଞାନ ପରୀକ୍ଷା ଓ ଗଳ୍ପ ଲିଖନ ପରୀକ୍ଷାର ସାତ ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ବିନୋଦ ବିହାରୀ ପୃଷେଠ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ମିଳିତ ଭାବରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *